ଦଳ ଛାଡି ସମାଜବାଦୀ ପାର୍ଟିରେ ମିଶିଲେ ବିଜେପି ସାଂସଦ ରୀତାବହୁଗୁଣା ଯୋଶୀଙ୍କ ପୁଅ

1 min read

ଲକ୍ଷ୍ନୗେ: ଉତ୍ତରପ୍ରଦେଶ ରାଜନୀତିରେ ନାଟକୀୟ ମୋଡ । ବରିଷ୍ଠ ବିଜେପି ସାଂସଦ ରୀତାବହୁଗୁଣା ଯୋଶୀଙ୍କ ପୁଅ ମୟଙ୍କ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଲକ୍ଷ୍ମୌ କାଣ୍ଟନମେଣ୍ଟ ଆସନରେ ଲଢିବା ଲାଗି ପୁଅ ମୟଙ୍କଙ୍କୁ ଟିକେଟ ଦେବା ଲାଗି ବିଜେପି ନେତାଙ୍କ ନିକଟରେ ଦାବି କରିଆସୁଥିଲେ ରୀତା ।

bjp defated in panchayat election in up

ମାତ୍ର ମୟଙ୍କଙ୍କୁ ଟିକେଟ ଅଗ୍ରାହ୍ୟ ପରେ ସେ ପଦ୍ମ ଶିବିର ଛାଡି ଅଖିଳେଶ ଯାଦବଙ୍କ ଶିବିରରେ ଯୋଗ ଦେଇଛନ୍ତି । ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏହି ଦଳବଦଳ ବେଶ୍ ରୋଚକସ୍ଥିତି ସୃଷ୍ଟି କରିଥିବା ରାଜନୈତିକ ମାହୋଲରେ ଚର୍ଚ୍ଚା ହୋଇଛି। ଆଜମଗଡରେ ସମାଜବାଦୀ ପାର୍ଟିର ଏକ ସଭା ଚାଲିଥିବାବେଳେ ସେଠାରେ ମୟଙ୍କ ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି । ତେବେ ୨୦୧୨ ଓ ୨୦୧୭ରେ ଲକ୍ଷ୍ମୌ କାଣ୍ଟନମେଣ୍ଟରୁ ରୀତା କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିଲେ । ପରେ ସେ ବିଜେପିରେ ସାମିଲ ହୋଇଥିଲେ ।

ଏପଟେ ଆସନ୍ତା ୭ରେ ୟୁପିର ୯ଟି ଜିଲ୍ଲାର ୫୪ଟି ଆସନରେ ମତଦାନ ହେବାକୁ ଯାଉଛି । ୟୁପିରେ ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାର ଶେଷ ହୋଇଛି । ବାରାଣାସୀ, ଆଜମଗଡ଼ ମିର୍ଜାପୁର, ଗାଜିପୁର ଭଳି ହାଇପ୍ରୋଫାଇଲ୍‌ ଆସନ ରହିଛି । ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର କିଛି ମନ୍ତ୍ରୀଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହେଉଛି। ତେବେ ଏଭଳି ସମୟରେ କର୍ମୀ ବିଜେପି ଛାଡି ଅନ୍ୟ ଦଳରେ ମିଶିବା ଦଳ ପାଇଁ ଭାରି ପଡିପାରେ ବୋଲି ଚର୍ଚ୍ଚା ହେଉଛି ।

Leave a Reply