ଟଙ୍କା ଲୁଟିନେଇଛନ୍ତି ବିଜେପି ବିଧାୟକଙ୍କ ପତ୍ନୀ, ଅଭିଯୋଗ କଲେ ମହିଳା

1 min read

ବାରିପଦା: ଗରିବ ମହିଳାଙ୍କ ଟଙ୍କା ଲୁଟିନେଲେ ବିଜେପି ବିଧାୟକଙ୍କ ପତ୍ନୀ । ମୟୁରଭଞ୍ଜ ସାରସକଣା ବିଜେପି ବିଧାୟକ ବୁଢାନ ମୁର୍ମୁଙ୍କ ସ୍ତ୍ରୀ ଚମ୍ପା ଟୁଡୁ ନାଁରେ ଆସିଛି ସାଂଘାତିକ ଅଭିଯୋଗ । କୁଳିଅଣା ବ୍ଲକର ଶତାଧିକ ମହିଳା ଏନେଇ ଅଭିଯୋଗ କରିଛନ୍ତି । ଚମ୍ପା ଟୁଡୁ ଚଳିତ ପଞ୍ଚାୟତ ନିର୍ବାଚନରେ କୁଳିଅଣା ବ୍ଲକର ଜୋନ-୯ରୁ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଅଛନ୍ତି ।

୨୦୦୯ରେ ୩୦ରୁ ଅଧିକ ପଞ୍ଚାୟତରେ “ଏସକେଏସ ମାଇକ୍ରୋ ଫାଇନାନ୍ସ ଲିମିଟେଡ” ନାଁରେ ମହିଳା ଗୋଷ୍ଠୀ ଗଠନ କରି ଶତାଧିକ ମହିଳାଙ୍କ ନିକଟରୁ ତିରିଶ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ନେଇଥିଲେ । ବ୍ୟାଙ୍କର କିସ୍ତି ଶୁଝିବା ବାହାନାରେ ଚମ୍ପା ଟୁଡୁ ଟଙ୍କା ଉଠାଇ ହଡ଼ପ କରିଦେଇଥିବା ଅଭିଯୋଗ ହୋଇଛି । ଏଣୁ ତୁରନ୍ତ ଟଙ୍କା ଫେରାଇବାକୁ ଦାବି ହୋଇଛି । ଟଙ୍କା ଫେରସ୍ତ ନକଲେ ଆଗାମୀ ଦିନରେ ଚମ୍ପାଙ୍କ ବିରୋଧରେ ଥାନାରେ ମାମଲା କରାଯିବା ସହିତ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ମହିଳା । ସେପଟେ ଏସମ୍ପର୍କରେ ଚମ୍ପାଟୁଡୁଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply