ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର

1 min read

ପୁରୀ: ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର l ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ l ପ୍ରତିକାର ପୂଜା ବିଧି ପାଇଁ ମୁକ୍ତି ମଣ୍ଡପ ପଣ୍ଡିତ ସଭା କଥାବାର୍ତ୍ତା ହୋଇଛୁ, ସେମାନେ ଖୁବଶୀଘ୍ର ସମୟ ନିର୍ଘଣ୍ଟ ବାହାର କରିବେ ବୋଲି କହିଛନ୍ତି ମନ୍ତ୍ରୀ l ଯାହା ଘଟିଲା ତାହା ଏକ ଦୁର୍ଘଟଣା ଥିଲା l ବଡ଼ ଠାକୁର ପଡ଼ିନାହାନ୍ତି କେବଳ ସେବାୟତଙ୍କ ପିଠିରେ ଭରା ଦେଇ ଅଛନ୍ତି l

ଅଘଟଣ ଦିନ ବଡ଼ ଠାକୁରଙ୍କ କୌଣସି ଅଙ୍ଗ ତଳେ ଲାଗି ନଥିଲା l ଏନେଇ ତଦନ୍ତ ହୋଇସାରିଛି l ତେବେ ଅବହେଳା କାରଣରୁ ଏପରି ଅଘଟଣ ହୋଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ l ଚଳିତ ରଥଯାତ୍ରା ସମୟରେ ଶ୍ରୀଜିଉଙ୍କ ଆଡ଼ପ ବିଜେ ସମୟରେ ଅଘଟଣ ଘଟିଥିଲା ।

ପହଣ୍ଡିବେଳେ ଖସିପଡ଼ିଥିଲେ ବଡ଼ଭାଇ ବଳଭଦ୍ର। ସେବାୟତଙ୍କ ହାତରୁ ଖସିପଡ଼ିଥିଲେ ବଡ଼ ଠାକୁର। ଚାରମାଳ ଆଗକୁ ଝୁଙ୍କି ପଡିବା ଯୋଗୁଁ ୫ ଜଣ ସେବାୟତ ଆହତ ହୋଇଥିଲେ ।