ମିଶନ ଶକ୍ତି ସଦସ୍ୟାଙ୍କ ଆଖିରେ ଲୁହ, ନିର୍ମାଣଧୀନ ଉନ୍ନୟନ କାର୍ଯ୍ୟକୁ ଭାଙ୍ଗିଦେଲେ ବିଧାୟକ ଓ ତାଙ୍କ ସମର୍ଥକ

1 min read

ଦେବଗଡ଼: ମିଶନ ଶକ୍ତି ସଦସ୍ୟାଙ୍କ ଆଖିରେ ଲୁହ ଦେଲେ ବିଜେପି ବିଧାୟକ । ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗୁଣ୍ଡାଗିରି । ଏସଏଚଜିଙ୍କ ଦ୍ବାରା ନିର୍ମାଣାଧୀନ ଉନ୍ନୟନ କାର୍ଯ୍ୟକୁ ଭାଙ୍ଗିଦେଲେ ବିଧାୟକ ଓ ତାଙ୍କ ସମର୍ଥକ । ପୌରପରିଷଦ ଅଞ୍ଚଳରେ ମୁକ୍ତା ଯୋଜନାରେ ମିଶନ ଶକ୍ତି ମହିଳା ପାଚେରୀ ନିର୍ମାଣ କରିଥିଲେ । ଏଥିପାଇଁ ୧୪ଲକ୍ଷ ୬୫ହଜାର ୩୦୦ଟଙ୍କାର କାର୍ଯ୍ୟାଦେଶ ପାଇଥିଲେ । ବିଜେପି କର୍ମୀଙ୍କୁ କାମ ମିଳିନଥିବାରୁ ଉତ୍ତେଜିତ ହୋଇପଡ଼ିଥିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ଏଥିପାଇଁ ରାଗରେ ପାଚେରୀ ଭାଙ୍ଗି ଦେଇଛନ୍ତି ବିଧାୟକ ଓ ତାଙ୍କ ସମର୍ଥକ ।

ଯାହାର ଭିଜୁଆଲ ଏବେ ଭାଇରାଲ ହେଉଛି । ବିଧାୟକଙ୍କ ଏପରି ଆଚରଣ ଦେଖି କାନ୍ଦିପକାଇଥିଲେ ଏସଏଚଜି ସଦସ୍ୟା l ଏନେଇ ବିଧାୟକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ହରିଓମ ଏସଏଚଜି ସଭାନେତ୍ରୀ ଗୀତାଞ୍ଜଳି ପୃଷ୍ଟି ଓ ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର । ଅନ୍ୟପଟେ ଘଟଣାସ୍ଥଳରେ ଭଙ୍ଗା ପାଚେରୀର ଫଟୋ ଉଠାଇବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିରୋଧ କରିଥିଲେ ବିଧାୟକ । ଜଣେ ବିଧାୟକ ହୋଇ ମହିଳାଙ୍କ ଆତ୍ମନିର୍ଭର କାର୍ଯ୍ୟକୁ ବିରୋଧ କରିବା ଶୋଭନୀୟ ନୁହେଁ । ବିଧାୟକଙ୍କ ଏଭଳି ଆଚରଣକୁ ନିନ୍ଦା କରିଛନ୍ତି ଜିଲ୍ଲାବାସୀ । ବିଜେପି ସାଂସଦ ନୀତେଶ ଗଂଗଦେବଙ୍କ ସ୍ତ୍ରୀ ଅରୁନ୍ଧତୀ ଦେବୀ ମଧ୍ୟ ସୁବାସଙ୍କ ଦାଦାଗିରିକୁ ନିନ୍ଦା କରିଛନ୍ତି ।