ମନମୋହନ ସିଂହଙ୍କ ଉପରେ ଜେପି ନଡ୍ଡାଙ୍କ ପାଲଟା ଆକ୍ରମଣ, ୟୁପିଏ ସରକାରର ବିଫଳତାକୁ ମନେ ପକାଇଦେଲେ ବିଜେପି ମୁଖ୍ୟ
2 min readନୂଆଦିଲ୍ଲୀ: ଚୀନ୍ ଭାରତ ସୀମା ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦେଇଥିବା ବୟାନକୁ ନେଇ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମନମୋହନଙ୍କ ଉପରେ ପାଲଟା ଆକ୍ରମଣ କରି ସେ କହିଛନ୍ତି ଯେ, ମନମୋହନ ସିଂହଙ୍କ ବୟାନ ଶବ୍ଦର ଖେଳ । ମନମୋହନଙ୍କ ୟୁପିଏ ସରକାର ଅମଳରେ ଭାରତୀୟ ଭୂମି ଚୀନକୁ ଛାଡି ଦିଆଯାଇଥିଲା ବୋଲି ସେ କହିଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଜବାବ ଦେଇ ଜେପି ନଡ୍ଡା ଟ୍ୱିଟ୍ କରିଛନ୍ତି । ମନମୋହନ ସିଂହ ତାଙ୍କ ଲିଖିତ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପଦେଶ ଦେଇ କହିଥିଲେ ଯେ, ମିଥ୍ୟା ଆଡ଼ମ୍ବର ଦ୍ୱାରା ସତ୍ୟକୁ ଲୁଚା ଯାଇପାରିବ ନାହିଁ ।
ମନମୋହନ ଏଭଳି ଅନେକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଥିଲେ । ଯାହାର ଜବାବ ଦେଇ ନଡ୍ଡା କହିଛନ୍ତି ଯେ, ଏହା ଶବ୍ଦର ଖେଳ ଓ କୌଣସି ଭାରତୀୟ ଏହା ଉପରେ ବିଶ୍ୱାସ କରିପାରିବେ ନାହିଁ । ସେ ଆହୁରି କହିଛନ୍ତି ଯେ, ଏହା ସେହି କଂଗ୍ରେସ ଦଳ, ଯିଏ ସବୁବେଳେ ଆମ ସେନାକୁ ନେଇ ପ୍ରଶ୍ନ ଉଠାଇ ଆସିଛିି ଓ ସେମାନଙ୍କ ମନୋବଳ କମ୍ କରିଛି ।
Dr Manmohan Singh can certainly share his wisdom on many subjects but the responsibilities of the office of the Prime Minister isn’t one of them. UPA personified systematic institutional erosion of that office, combined with disrespect for our armed forces. NDA has reversed that!
— Jagat Prakash Nadda (Modi Ka Parivar) (@JPNadda) June 22, 2020
Dear Dr. Singh and Congress Party,
Please stop insulting our forces repeatedly, questioning their valour. You did this post the air strikes and surgical strikes.
Please understand the true meaning of national unity, especially in such times.
It’s never too late to improve.
— Jagat Prakash Nadda (Modi Ka Parivar) (@JPNadda) June 22, 2020
ଜେପି ନଡ୍ଡା ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି, ମନମୋହନ ସିଂହ ସେହି ଦଳର ଅଟନ୍ତି ଯିଏ, ୪୩୦୦୦ କିଲୋମିଟର ଭାରତୀୟ ଭୂମି ଚାଇନାକୁ ସମର୍ପଣ କରିଥିଲେ । ୟୁପିଏ ସରକାର ସମୟରେ ଏକ ଖରାପ ରଣନୀତି ଦେଖିବାକୁ ମିଳିଥିଲା । ବିନା ଯୁଦ୍ଧରେ ଭାରତୀୟ ଜମି ଚୀନକୁ ଦିଆଯାଇଥିଲା । ଏହା ବ୍ୟତୀତ ଜେପି ନଡ୍ଡା ଲେଖିଛନ୍ତି, ସମସ୍ତ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରନ୍ତି ଏବଂ ସମର୍ଥନ କରନ୍ତି । ପରୀକ୍ଷା ସମୟରେ୧୩୦ କୋଟି ଭାରତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଦେଖିଛନ୍ତି, ସେ ସର୍ବଦା ଦେଶକୁ ଶୀର୍ଷରେ ରଖିଛନ୍ତି ।