spot_img

Latest Posts

ମୋହନ ଭୁଲିଗଲେ: ନବୀନ ସାଥ୍ ଦେଲେ !

ନନ୍ଦିଘୋଷ ବ୍ୟୁରୋ: ସୌରଭ ଓ ଆଶୁତୋଷଙ୍କ ସପକ୍ଷରେ ବାହାରିଲେ ନବୀନ । ଉଭୟଙ୍କୁ ତୁରନ୍ତ ଛାଡିବାକୁ ଦାବି କଲେ । କକ୍ରୋଚ ଜନତା ପାର୍ଟିର ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ତୁରନ୍ତ ଛଡ଼ାଯାଉ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଲେଖିଛନ୍ତି, କଟକଣା ଲାଗିଥିବା ସ୍ଥାନରେ ବି ଜାତୀୟ ପତାକା ଉଡ଼ାଇଲେ ଏତେ ଦିନ ଧରି ଅଟକ ରଖାଯିବା ଉଚିତ ନୁହେଁ। ସୌରଭ ଓ ଆଶୁତୋଷଙ୍କ ନ୍ୟାୟିକ ହେପାଜତର ସମୀକ୍ଷା କରାଯାଉ। ଦେଶର ଆଇନ କାନୁନ ଓ ସାମ୍ବିଧାନିକ ଅଧିକାର ଉପରୁ ଯୁବ ବର୍ଗଙ୍କ ଭରସା ଯେମିତି ତୁଟି ନ ଯାଏ, ସେଥିପାଇଁ ବିଚାର ବିଭାଗ ଓ ପ୍ରଶାସନ ପଦକ୍ଷେପ ନେବା ଉଚିତ ବୋଲି ଉଲ୍ଲେଖ କରିଛନ୍ତି ନବୀନ ପଟ୍ଟନାୟକ। ଅକ୍ଟୋବର ୧୪ ତାରିଖରେ ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରବେଶ ଅଭିଯୋଗରେ ସୌରଭ ଦାସ ଓ ଆଶୁତୋଷ ରାଙ୍କାକୁ ଜେଲ ପଠାଯାଇଛି। କଟକଣା ସତ୍ତ୍ଵେ ସେଠାରେ ଜାତୀୟ ପତାକା ଉଡ଼ାଇବାକୁ ଚେଷ୍ଟା କରିଥିଲେ ଦୁଇ ନେତା। ସେମାନେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଏଯାଏ ବେଲ୍ ମିଳିନି। ପ୍ରଥମେ ୧୯ ତାରିଖ ଯାଏ ପରେ ଆଉ ଦୁଇ ଦିନ ଅର୍ଥାତ ଆସନ୍ତାକାଲି ଯାଏ ସେମାନଙ୍କର ହାଜତ ମିଆଦ ବୃଦ୍ଧି କରିଛନ୍ତି କୋର୍ଟ।

Latest Posts

Don't Miss