ପଦମପୁରରେ ବିଜେପିର ଡ୍ରାମା, ନାମାଙ୍କନ ନଭରି ଫେରି ଆସିଲେ ପ୍ରାର୍ଥୀ

ବରଗଡ଼: ପଦମପୁରରେ ବିଜେପିର ନାମାଙ୍କନ ଚାଲ୍ । ଫସଲ ବୀମା ଟଙ୍କାକୁ ନେଇ ବ୍ୟାକଫୁଟରେ ଥିବା ଭାରତୀୟ ଜନତା ପାର୍ଟି ଆଜି ନୂଆ ଡ୍ରାମା କରିଛି ପଦମପୁରରେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ନେଇ ନାମାଙ୍କନ ପାଇଁ ପଟୁଆରରେ ବାହାରିଥିଲେ ପ୍ରାର୍ଥୀ ପ୍ରଦୀପ ପୁରୋହିତ ।

ହେଲେ ନାମାଙ୍କନ ନଭରି ଫେରି ଆସିଥିଲେ । ବିଜେପିର ଏଭଳି ଅଭିନୟକୁ ପଦମପୁରବାସୀ ଓ ଚାଷୀ ଭଲ ଭାବେ ବୁଝି ସାରିଛନ୍ତି । ବିଜେପିର ଏଭଳି ଡ୍ରାମାକୁ ସମାଲୋଚନା କରିବା ସହ ପୁଣି ନାମାଙ୍କନ ଭରିବା ବେଳେ କି ଉତ୍ତର ଦେବେ ବୋଲି ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲବୀମାକୁ ନେଇ ବିଜେପି ବ୍ୟାକଫୁଟରେ ରହିଛି ।

ସାଧାରଣ ଚାଷୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ନେତାଙ୍କ ପାଖରେ ଶକ୍ତି ନାହିଁ । ଏଭଳି ସ୍ଥିତିରେ ନାମାଙ୍କନ ସ୍ଥଗିତ ନାଁରେ ବିଜେପିର ଚାଲକୁ ଲୋକ ଶକ୍ତ ଚାପୁଡା ମାରିଛନ୍ତି । ପଚାରିଛନ୍ତି ନିର୍ବାଚନ ଲଢିବାକୁ ଆସିଲେ ଆମ ସହ କରିଥିବା ପ୍ରତାରଣାର ଉତ୍ତର ଦେବାକୁ ପଡିବ ।