ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଜୟପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ। ବିଜେଡି ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନେତୃତ୍ବରେ ଜୟପାଟଣା ବ୍ଳକ ଅନ୍ତର୍ଗତ ହିରାପୁ୍ର ପଞ୍ଚାୟତର ବାବା ଭୌରବ ମନ୍ଦିରରୁ ବାହାରି ମଙ୍ଗଳପୁର ପଞ୍ଚାୟତ ପର୍ଯ୍ୟନ୍ତ ଜନସମ୍ପର୍କ ଅଭିଯାନ ଆରମ୍ଭ କରାଯାଇଥିଲା। ପଦଯାତ୍ରାରେ ବିଜେଡି ସରକାରଙ୍କର ବିକାଶ ଓ ବିଜେପି କିଭଳି ଭାବେ ମିଛ ପ୍ରତିଶୃତି ଦେଇ ଭୋଟ ହାତେଇଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ୨୦ ବର୍ଷର ଉଜୁଡା ଓଡ଼ିଶାକୁ ବିଜେଡି ସୁପ୍ରିମୋ ନବିନ ପଟ୍ଟନାୟକ ସୁନାର ଓଡ଼ିଶା ଭାବରେ ଗଢିଥିଲେ।ଭତ୍ତା ଠାରୁ ଆରମ୍ଭ କରି ବିଦ୍ୟୁତ, ଓଡ଼ିଆ ଅସ୍ମିତା, ସୁଭଦ୍ରା ଯୋଜନା, ଦରଦାମ ବୃଦ୍ଧି ପ୍ରଭୃତି ସମସ୍ତ କ୍ଷେତ୍ରରେ ବି,ଜେ,ପି ସରକାର ଜନସାଧାରଣଙ୍କୁ ଭୂଆଁ ବୁଲାଉଛି ବୋଲି ପ୍ରକାଶ କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରି।