ଧାମନଗରରେ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ, ECIଙ୍କୁ ଭେଟିଲା ବିଜେଡି

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେଡି ଟିମ୍ । ଧାମନଗର ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ମିଥ୍ୟା ପ୍ରତିଶ୍ରୁତିକୁ ନେଇ ଅଭିଯୋଗ କରିଛି ବିଜେଡି । ଏଭଳି ପ୍ରତିଶ୍ରୁତି ଅବୈଧ ପ୍ରତିଶ୍ରୁତି ବୋଲି ବିଜେଡି କହିଛି । ଏହାସହ ବିଜେପି ବାରମ୍ବାର ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ କରିଆସୁଥିବା ଦଳ ଅଭିଯୋଗ କରିଛି ।

ଧାମନଗର ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବାକୁ ବିଜେଡି ଦାବି କରିଛି । ଏହାସହ ପ୍ରତି ପଞ୍ଚାୟତରେ କଡା ନଜର ରଖିବା ସାଙ୍ଗକୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି । ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି ।