ବିଜେପି ସରକାର ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛି : ବିଜେଡି
1 min readନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଯାହା ପ୍ରତିଶୃତି ଦେଇଥିଲେ ବିଜେପି ସରକାର ତାହା ପାଳନ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ଦୁଇଟି କିସ୍ତିରେ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବେ ବୋଲି କହି ଏବେ ପାଞ୍ଚ ବର୍ଷରେ ଦେବେ ବୋଲି କହୁଛନ୍ତି । ସୁଭଦ୍ରା ଗାଇଡଲାଇନରେ ଆଠ ଥର ପରିବର୍ତ୍ତନ କରାଯାଉଛି । ସେହିପରି ମାଗଣା ବିଜୁଳି, ୩ ହଜାର ଟଙ୍କା ଭତ୍ତା, ୩୧ଶହ ଟଙ୍କା ଧାନର MSP ପରି ପ୍ରତିଶୃତି ଦେଇ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ହାସଲ କରି ସରକାର ଗଠନ କରିଛନ୍ତି । ବିଜେଡି ଧୈର୍ଯ୍ୟର ସହ ଯୋଜନାର ସୁଫଳ ଲୋକଙ୍କୁ ମିଳିବ ବୋଲି ଅପେକ୍ଷା କରିଛି । ନିଶ୍ଚିତ ଭାବେ ସବୁ ପ୍ରତିଶୃତି କାର୍ଯ୍ୟକାରୀ ହେବା ଦରକାର । ସୁଭଦ୍ରା ଯୋଜନାରେ ଏବେ ଯେଉଁପରି ମାସକୁ ୮ଶହ ଟଙ୍କା ଦେଉଛନ୍ତି ତାର ମାଆମାନେ ଜବାବ ଦେବେ ବୋଲି ଚେତାଇ ଦେଇଛି ବିଜେଡି ।