ରେଳ ପ୍ରକଳ୍ପ ନେଇ ବିଜେଡିର ସଂଗୀନ ଅଭିଯୋଗ

1 min read

ନନ୍ଦିଘୋଷ ବ୍ୟୁରୋ: ଓଡି଼ଶା ପାଇଁ ରେଳ ପ୍ରକଳ୍ପ ଘୋଷଣା ପରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ଯେଉଁ  ପ୍ରକଳ୍ପ ଘୋଷଣା ହୋଇଛି, ସେଥି ମଧ୍ଯରୁ ମାତ୍ର ଗୋଟିଏ ଯାତ୍ରୀଙ୍କ ପାଇଁ, ବାକି ମାଲ୍ ପରିବହନ ପାଇଁ।  ଏହାକୁ ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ପ୍ରଶ୍ନ କରିଛନ୍ତି-ରତ୍ନଗର୍ଭା ଓଡ଼ିଶାରୁ ପ୍ରାକୃତିକ ସଂପଦ ନେବା ପାଇଁ ଏହା ଷଡ଼ଯନ୍ତ୍ର ନୁହେଁ ତ । ମାଲପରିବହନ ପାଇଁ ଚିନ୍ତା ଅଛି, କିନ୍ତୁ ପ୍ଯାସେଞ୍ଜର ପାଇଁ କେନ୍ଦ୍ରର କିଛି ଚିନ୍ତା ନାହିଁ। ଖଣିଜ ସଂପଦ ଲୁଟ୍ ପାଇଁ ଏହି ଯୋଜନା କରାଯାଇଛି କି ବୋଲି ପ୍ରଶ୍ନ କରିଛନ୍ତି ଲେଲିନ ମହାନ୍ତି। ତା ଛଡ଼ା ନୂଆ ପ୍ରକଳ୍ପ ଗୋଟିଏ ବି ନାହିଁ। ଏବେ ଯେଉଁ ପ୍ରକଳ୍ପ ଘୋଷଣା ହୋଇଛି, ୭ ବର୍ଷ ତଳେ ବି ସେୟା ଘୋଷଣା ହୋଇଥିଲା। ଗୁଣୁପୁର – ଥେରୁବାଲି ରେଳ ପ୍ରକଳ୍ପ ପାଇଁ ୭ ବର୍ଷ ତଳେ ଅର୍ଥ ମଂଜୁର ହୋଇଥିଲା। ଏଥିପାଇଁ ନବୀନ ସରକାର ଜମି ବି ଦେଇଛନ୍ତି। ସେହି ୭ ବର୍ଷର ବଜେଟ ପ୍ରସ୍ତାବକୁ ଏବେ ନୂଆ ପ୍ରକଳ୍ପ କହି ଘୋଷଣା କରିଛନ୍ତି ମନ୍ତ୍ରୀ। ତା ଛଡ଼ା ଓଡ଼ିଶାକୁ କେତେ ଟଙ୍କା ଦିଆଯାଉଛି-ବିଭିନ୍ନ ମନ୍ତ୍ରୀ ବିଭିନ୍ନ ତଥ୍ଯ ଦେଉଛନ୍ତି। ଧର୍ମେନ୍ଦ୍ର ପ୍ରଧାନ କହିଲେ ୧୮ ଲକ୍ଷ କୋଟି, ଅମିତ ଶାହା କହିଲେ ୪ ଲକ୍ଷ ୮୦ ହଜାର କୋଟି, ମୋହନ ମାଝୀ କହୁଛନ୍ତି ୬ ଲକ୍ଷ କୋଟି। କାହା ତଥ୍ୟ ଠିକ୍ ବୋଲି ପ୍ରଶ୍ନ କରିଛନ୍ତି ଲେନିନ। କେନ୍ଦ୍ର ସରକାର ବାହାସ୍ଫୋଟ ମାରୁଛନ୍ତି, ଆମେ ଏତେ କୋଟି ଦେଲୁ। କିନ୍ତୁ ଓଡି଼ଶାରୁ କେତେ କୋଟି ନେଇଛ, ସେଇଟା କାହିଁକି କହୁନ ବୋଲି ପ୍ରଶ୍ନ କରିଛନ୍ତି ଲେନିନ ମହାନ୍ତି। ,ସେପଟେ କଂଗ୍ରେସ କହିଛି-କେନ୍ଦ୍ର ନେଉଛି ଅଧିକ, ଦେଉଛି କମ୍। ଏବେ ବି ବହୁ ଜିଲ୍ଲାରେ ରେଳ ସଂଯୋଗ ନାହିଁ। ୨୦ ହଜାର କୋଟିରୁ ଅଧିକ ରାଜସ୍ବ ଓଡି଼ଶାରୁ ନେଇ ଏହାର ଅଧା ବି ଦେଇନାହିଁ କେନ୍ଦ୍ର ସରକାର।