କିଛି ଗଣମାଧ୍ୟମ ସରକାର ଉପରୁ ନଜର ହଟାଇ ବିରୋଧୀଙ୍କ ଉପରେ ପକାଇଛନ୍ତି: ବିଜେଡି

1 min read

ଭୁବନେଶ୍ବର: ବିଧାନସଭାରେ ପୂର୍ବ ସରକାରଙ୍କ ବିଜ୍ଞାପନ ବାବଦ ଖର୍ଚ୍ଚ ନେଇ ବିଜେଡିର ପ୍ରତିକ୍ରିୟା । ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ କହିଲେ- ବୈଦିତ୍ୟୁକ ଗଣମାଧ୍ୟମରେ କୌଣସି ବିଜ୍ଞାପନ ଦିଆଯାଇନି, ଛାପା ଗଣମାଧ୍ଯମରେ ଦିଆଯାଇଛି । ବିଜ୍ଞାପନ ଦେବା କଥା କିଛି ନୂଆ କଥା ନୁହେଁ । ବିଭିନ୍ନ ରାଜ୍ୟରେ ସେଠାକାର ସରକାର ଓ କେନ୍ଦ୍ରର ସରକାର ମଧ୍ୟ ବିଜ୍ଞାପନ ଦେଉଛନ୍ତି । ଲୋକଙ୍କ ପାଇଁ ଯେଉଁ କାମ ହୋଇଛି ସେହି କଥା ବିଜ୍ଞାପନରେ ଦିଆଯାଇଛି । ଲୋକଙ୍କ ପାଇଁ ବଡ଼ ବଡ଼ ଯାହା କାର୍ଯ୍ୟ ହୋଇଛି ତାହା ଲୋକଙ୍କୁ ଜଣାଇବା ସରକାରଙ୍କ ଦାୟିତ୍ୱ ।

ଆଗକୁ ସେ କହିଛନ୍ତି, କେନ୍ଦ୍ରରେ ୬ ହଜାର କୋଟି ବିଜ୍ଞାପନ ଦିଆଯାଇଛି । ମଧ୍ୟ ପ୍ରଦେଶରେ ୭ ଶହ କୋଟି ଟଙ୍କା ବିଜ୍ଞାପନ ଦିଆଯାଇଛି । ଯେତେବେଳେ ନୂଆ ସରକାର ଆସେ, ମିଡିଆର କାମ ସରକାରଙ୍କ ଉପରେ ଆଖି ରଖିବା କଥା । ହେଲେ ଏଠି କିଛି ଗଣମାଧ୍ୟମ ବିରୋଧୀ ଦଳ କ’ଣ କରୁଥିଲେ ତାହା ଉପରେ ନଜର ରଖିଛନ୍ତି ।

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, କାର୍ଯ୍ୟକ୍ରମ ଚାଲିଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯାଉଛନ୍ତି ତାଙ୍କ ସହିତ ଯିଏ ଗଲା ଫୋଟ ଆସିବ । ଖବରରେ ବ୍ୟକ୍ତିଗତ ଆକ୍ରୋଶ ଅଛି କି ? ଯଦି ତଥ୍ୟ ସତ ଅଛି  ଦିଅନ୍ତୁ । କେନ୍ଦ୍ର କ୍ୟାବିନେଟ ୧୨ଟି ଶିଳ୍ପ ସ୍ମାର୍ଟସିଟି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି । ହେଲେ ଡବଲ ଇଞ୍ଜିନ ସରକାର ଓଡିଶାରୁ ଗୋଟିଏ ବି ଅନ୍ତର୍ଭୁକ୍ତ କରାଇ ପାରିଲେନି । ସୁଭଦ୍ରା ଯୋଜନାରେ ଯାହା କହିଥିଲେ ସେଥିରେ କ୍ଳାରିଟି ନାହିଁ । ବିଭିନ୍ନ ଘଟଣାକୁ ଲୁଚାଇବାକୁ ଅପ୍ରସଙ୍ଗକୁ ପ୍ରସଙ୍ଗ କରାଯାଉଥିବା ବିଜେଡି ମୁଖପାତ୍ର ତୁଙ୍ଗନାଥ ପଣ୍ଡା ।