spot_img

Latest Posts

 ବିଜୁଳି ଦର ବୃଦ୍ଧି ପ୍ରସଙ୍ଗ: ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡ଼ି

ଭୁବନେଶ୍ୱର: ବିଜେପିର ପ୍ରେସମିଟ ପରେ ଜବାବ ରଖିଛି ବିଜେଡ଼ି  ।   ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ବିଜେପି ଆଣିଥିବା ଅଭିଯୋଗର ଉତ୍ତର ରଖିଛନ୍ତି ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି  । ବିଜେପି ରାଜ୍ୟ କାର୍ଯ୍ୟଳାୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରିଥିଲେ   । ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ସମସ୍ତ ଦୋଷାରୋପ କରିଥିଲେ ସମୀର ମହାନ୍ତି  । ଏନେଇ ବିଜେଡ଼ି ପକ୍ଷରୁ ଦଳର ମୁଖପାତ୍ର ବିବୃତ୍ତି ରଖିଛନ୍ତି  ।

ଲେଲିମ ମହାନ୍ତି କହିଛନ୍ତି  ବିଜୁଳି ଦର କଥା ଉଠାଇ ବିଜେପି ରାଜ୍ୟ ସଭାପତି ନିଜକୁ ନିଜେ expose କରିଛନ୍ତି। ନିଜକୁ କାଠଗଡାରେ ଠିଆ କରାଇଛନ୍ତି। ପେଟ୍ରୋଲ, ଡିଜେଲ ସହ ସବୁ କ୍ଷେତ୍ରରେ ଅହେତୁକ ଦର ବୃଦ୍ଧି ନେଇ ସାଧାରଣ ଲୋକଙ୍କ ହନ୍ତସନ୍ତ ହେଉଛନ୍ତି। ତାଙ୍କ ଦଳ ଉପରେ ରାଗିକି ଅଛନ୍ତି। ଦର ବୃଦ୍ଧି ଉପରେ ସେ ଲୋକଙ୍କୁ କ୍ଷମା ମାଗିବେ ବୋଲି ଆମେ ଆଶା କରିଥିଲୁ। କିନ୍ତୁ ତାହା ନ କରି ସେ ବିଜୁଳି ଦର ଉପରେ କହିଲେ।

ସେହିପରି ଲେନିନ କହିଛନ୍ତି  ମଧ୍ୟପ୍ରଦେଶ,କର୍ଣ୍ଣାଟକ, ୟୁପି ଭଳି ବିଜେପି ଶାସିତ ରାଜ୍ୟରେ ଓଡ଼ିଶା ଠାରୁ ଅଧିକ ଦର ବୃଦ୍ଧି ହୋଇଛି। ଲୋକେ ଭଲଭାବେ ବୁଝିଛନ୍ତି ଓଡିଶା ବିଜେପିର କୁମ୍ଭୀର କାନ୍ଦଣା। ତଥ୍ୟ ଓ ସତ୍ୟ ନ ଥାଇ କେବଳ ରାଜିନୀତି କରୁଛନ୍ତି। ନିଜ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଦଳର ସଭାପତି ଭାବେ ଏହା କହୁଛନ୍ତି ବୋଲି ପାଲଟା ଆରୋପ ଲଗାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି  ।

Latest Posts

Don't Miss