‘ରାଜ୍ୟବାସୀଙ୍କ ଉପରେ ନଡ୍ଡାଙ୍କ ଓଡ଼ିଶା ଗସ୍ତର କୌଣସି ପ୍ରଭାବ ପଡ଼ିବନି’ : ବିଜେଡି

ଭୁବନେଶ୍ୱର : ନଡ୍ଡାଙ୍କ ଓଡ଼ିଶା ଗସ୍ତର କୌଣସି ପ୍ରଭାବ ରାଜ୍ୟବାସୀଙ୍କ ଉପରେ ପଡ଼ିବନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କ ଆର୍ଶୀବାଦ ରହିଛି । ତେଣୁ ବିଜେପି ଯେତେ ମିଥ୍ୟା ପ୍ରଚାର କଲେ ତାହାର କୌଣସି ପ୍ରଭାବ ଲୋକଙ୍କ ଉପରେ ପଡ଼ିବନି ବୋଲି ଶାସକ ବିଜେଡି କହିଛି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ବିରୋଧୀ ସହି ପାରୁ ନାହାନ୍ତି ବୋଲି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି  ।

ବିରୋଧୀଙ୍କ କାମ ବିରୋଧ କରିବା। ଆୟୁଷ୍ମାନ ଯୋଜନା ବଦଳରେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି । ମୋ ହସ୍ପିଟାଲ କାର୍ଯ୍ୟକ୍ରମରେ ୧୪୭ ଡାକ୍ତରଖାନାର ତିଆରି ହୋଇଛି। ଡାକ୍ତର ନିଯୁକ୍ତି ବଢିଛି। ଆୟୁଷ୍ମାନ ଯୋଜନାରେ ଲୋକ ହଇରାଣ ହେଉଛନ୍ତି । ସେହିପରି ଆବାସ ଯୋଜନାରେ ଦୁର୍ନୀତି ହୋଇ ନାହିଁ। ଗାଇଡଲାଇନ ହିସାବରେ ଘର ବଣ୍ଟା ଯାଉଛି।

ବିଜେପି ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଯୋଜନା କରୁଛନ୍ତି। ରାଜ୍ୟର ଅଗ୍ରଗତି ବିଜେପି ସହି ପାରୁନାହିଁ । ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶାସନ ଚାଲିଛି । ତାଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ, 5ଟି ସଚିବ ଓ ଅନ୍ୟ ଅଧିକାରୀମାନେ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି।