କେନ୍ଦ୍ରୀୟ ବଜେଟରେ ଓଡିଶାକୁ ଅବହେଳା ପ୍ରତିବାଦରେ ରାଜ୍ୟସଭାରେ କକ୍ଷତ୍ୟାଗ କଲେ ବିଜେଡି ସାଂସଦ

ନନ୍ଦିଘୋଷ ବ୍ୟୁରୋ: ଗତ ସାଧାରଣ ନିର୍ବାଚନରେ ଓଡିଶାରୁ ୨୦ ବିଜେପି ସାଂସଦଙ୍କୁ ଜିତାଇଲେ ଓଡିଶାବାସୀ । କିନ୍ତୁ ମିଳିଲାନି ସ୍ବତନ୍ତ୍ର ରାଜ୍ୟ ପାହ୍ୟା । କେନ୍ଦ୍ରୀୟ ବଜେଟରେ ଓଡିଶାକୁ ଅବହେଳା ପ୍ରତିବାଦରେ ରାଜ୍ୟସଭାରେ କକ୍ଷତ୍ୟାଗ କରିଛନ୍ତି ବିଜେଡି ସାଂସଦ । କେନ୍ଦ୍ରୀୟ ବଜେଟରେ ଓଡିଶାକୁ ସମ୍ପୁର୍ଣ୍ଣ ଅବହେଳା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ । ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପ୍ୟାହା ନମିଳିବାରୁ କକ୍ଷତ୍ୟାଗ କରିଛନ୍ତି ବିଜେଡି ସାଂସଦ । ଓଡିଶା, ଆନ୍ଧ୍ର ଓ ବିହାର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବି କରୁଥିଲେ । ଆନ୍ଧ୍ର ଓ ବିହାରକୁ ସ୍ବତନ୍ତ୍ର ଅତିରିକ୍ତ ସହାୟତା ପାଇଥିବା ବେଳେ ଓଡିଶାର ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି । ବିଜେଡିର ଅଭିଯୋଗ, ରାଜ୍ୟବାସୀ ୨୧ରୁ ୨୦ ବିଜେପି ସାଂସଦଙ୍କୁ ସଂସଦକୁ ପଠାଇବାର ଦଣ୍ଡ ପାଇଛନ୍ତି । ସେପଟେ କିନ୍ତୁ ବିହାର ଓ ଆନ୍ଧ୍ରକୁ ସରକାର ଗଠନରେ ବିଜେପିକୁ ସହଯୋଗ କରୁଥିବାରୁ ମିଳିଛି ପୁରସ୍କାର ।