ଆଇଟି ରେଡକୁ ନେଇ ବିଜେପିକୁ ବିଜେଡିର ପ୍ରଶ୍ନ

1 min read

ଭୁବନେଶ୍ବର: ଦେଶର ବଡ଼ ଆଇଟି ରେଡକୁ ନେଇ ଚାଲିଛି ରାଜନୀତି । ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ଚୋରାପିରତୀ ଚାଲିଛି । କଂଗ୍ରେସକୁ ସୁରକ୍ଷା ଦେବାକୁ ବିଜେପି ଏଠାରେ ଜାଣିଶୁଣି ବିଜେଡି ନାମ ଉଠାଉଛି ବୋଲି ବିଜେଡି ଅଭିଯୋଗ କରିଛି । ଭୁବନେଶ୍ୱରରେ ଆୟୋଜିତ ଏକ ପ୍ରେସମିଟରେ ବିଜେଡି ବିଜେପି ଟାର୍ଗେଟ କରିଥିବା ବେଳେ କିଛି ପ୍ରଶ୍ନ ଉଠାଇଠି ।

ଜାତୀୟସ୍ତରରେ ବିଜେପି ଓଡ଼ିଶାକୁ ବଦନାମ କରୁଛି ବୋଲି ବିଜେଡି ଅଭିଯୋଗ କରିଛି  । ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ସ୍ମୃତି ଇରାଣୀ,ଅନୁରାଗ ଠାକୁର ସମସ୍ତେ କଳାଟଙ୍କା ଠୁଳ ମାମଲାରେ ଗ୍ରେସକୁ ନିନ୍ଦା କରିଛନ୍ତି ଓ ଉତ୍ତର ମାଗୁଛନ୍ତି । ସଂସଦ ପରିସରରେ ଥିବା ଗାନ୍ଧୀ ମୂର୍ତି ତଳେ ପ୍ରତିବାଦ ବି କରିଛନ୍ତି। କିନ୍ତୁ ରାଜ୍ୟରେ  ବିଜେପି ଅଲଗା ଆଭିମୁଖ୍ୟ ଗ୍ରହଣ କରିଛି । ଓଡିଶାରେ ବିଜେପି ନେତା, କଂଗ୍ରେସକୁ ସୁରକ୍ଷା ଦେବାରେ ଲାଗି ପଡିଛନ୍ତି। କେନ୍ଦ୍ର ବିଜେପି ନେତା କଂଗ୍ରେସ ସାଂସଦ ଧିରାଜ ସାହୁଙ୍କୁ ସମାଲୋଚନା କରୁଥିବା ବେଳେ ରାଜ୍ୟ ବିଜେପିର ଆଭିମୁଖ୍ୟ ଅଲଗା। ଓଡିଶାକୁ ବଦନାମ କରିବାକୁ ରାଜ୍ୟ ବିଜେପି ମିଛ ଅଭିଯୋଗ କରୁଛି। କେଉଁ ସ୍ୱାର୍ଥରେ ଓଡିଶା ବିଜେପି ଓଡିଶା କଂଗ୍ରେସ କୁ ସୁରକ୍ଷା ଦେଉଛନ୍ତି, ତାହା ସ୍ପଷ୍ଟ କରିବା ଦରକାର। ଏହାସହ ଓଡିଶା ବିଜେପି ଓ ଓଡିଶା କଂଗ୍ରେସ ମଧ୍ୟରେ ଚୋରା ପୀରତି ଚାଲିଛି ବୋଲି ବିଜେଡି କହିଛି । ଓଡ଼ିଶାରେ ବିଜେପି-କଂଗ୍ରେସ ମଧ୍ୟରେ ଭିତିରି ବୁଝାମଣା ରହିଛି ବୋଲି କୁହାଯାଇଛି ।

ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସୁର ରାଉତରାୟଙ୍କ ଅନୁସାରେ ବିଜେପି ଧିରଜ ସାହୁଙ୍କୁ ତେଲେଙ୍ଗାନ ନିର୍ବାଚନ ପାଇଁ ୫୦ କୋଟି ଟଙ୍କା ମାଗିଥିଲା । ୫୦ କୋଟି ନେଦେବାରୁ ତାଙ୍କ ଉପରେ ଆଇଟି ରେଡ୍ ହୋଇଛି ।