spot_img

Latest Posts

ପୋଲିସର ଆଭିମୁଖ୍ୟକୁ କଡ଼ା ନିନ୍ଦା; କାଲି ବିଜେଡି ପାଳିବ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ

ନନ୍ଦିଘୋଷ ବ୍ୟୁରୋ : ବଲାଙ୍ଗୀର ପାଟଣାଗଡ଼ରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳି ଦେବା ଘଟଣା। ଏହାକୁ ନେଇ ସମ୍ୱଲପୁରରେ ବିଜେଡି ନେତା ରୋହିତ ପୂଜାରୀଙ୍କ ପ୍ରତିନିଧିତ୍ଵରେ ପ୍ରତିବାଦ କରାଯାଉଥିବାବେଳେ ପୋଲିସ ସରକାରୀ ଦଳର ହାତବାରିଶୀ ସାଜି ଯାହା କଲା ତାହାକୁ ଦୃଢ ଭାବେ ନିନ୍ଦା କରିଛି ବିଜେଡି। ନୂଆ ସରକାର ଆସିଲା ପରେ ବିଜୁବାବୁଙ୍କ ସମସ୍ତ ସ୍ମୃତିକୁ ଲିଭେଇଦେବା ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛି ଦଳ। ମାର୍ଚ୍ଚ ୫ ହେଉକି ଗତକାଲିର ଘଟଣା ଯେତେବେଳେ ସମ୍ବଲପୁରରେ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ପଚରାଗଲା ସେଇଠି ପୋଲିସର ଆଭିମୁଖ୍ୟକୁ ନିନ୍ଦା କରୁଛୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା। ଓଡ଼ିଶା ପୋଲିସର ଦୋମୁହାଁ ନୀତି ପଦାରେ ପଡିଛି। ପୋଲିସ ଡିଜିଙ୍କ ଅନ୍ତରାତ୍ମା ଶୋଇ ପଡ଼ିଛି। ତାକୁ କିଏ ଜଗେଇବ ବୋଲି ପ୍ରଶ୍ନ କରିଛି ବିଜେଡି ।

ଅନ୍ୟପଟେ କାଲି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିବ ବିଜେଡି । ବିଜେଡି ବିଜୁବାବୁଙ୍କ ୨୮ତମ ତିରୋଧାନ ଦିବସ ପାଳିବ । ୧୪୭ଟି ନିର୍ବାଚନ ମଣ୍ଡଳୀ ଓ ଶଙ୍ଖ ଭବନରେ ତିରୋଧାନ ଦିବସ ପାଳନ ହେବ । ଓଡ଼ିଆ ଜାତି ପାଇଁ ବିଜୁଙ୍କ ଅବଦାନକୁ ସ୍ମରଣ କରାଯିବ । ନବଓଡ଼ିଶା ଗଠନରେ ବିଜୁବାବୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା ହେବ । ଏହା ସହିତ ବିଜୁ ସ୍ମୃତି ମଳିନ କରିବାକୁ ନୂଆ ସରକାରଙ୍କ ଉଦ୍ୟମ କରୁଛି ବୋଲି କହିଛି ବିଜେଡି । ଗତକାଲି ସବୁ ସୀମା ଲଂଘନ କରିଗଲେ । ପାଟଣାଗଡ଼ରେ ବିଜୁଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଲେ । ବିରୋଧ କରିବାରୁ ସମ୍ୱଲପୁରରେ ପୋଲିସର ଦମନଲୀଳା ଚାଲିଲା । ଏପରି କରି ଓଡ଼ିଶାର ସ୍ୱାଭିମାନକୁ କୁଠାରଘାତ କରାଯାଇଛି । ରାଜ୍ୟରେ ଆଇନଶୃଙ୍ଖଳା ସୃଷ୍ଟି ହେଲାଣି । ଗଣତନ୍ତ୍ରକୁ ପ୍ରତିଦିନ ହତ୍ୟା କରାଯାଉଛି ବୋଲି କହି ପ୍ରେସମିଟ୍ କରି ବର୍ଷିଛି ବିଜେଡି।

Latest Posts

Don't Miss