‘ମାହାଙ୍ଗାକୁ ବଦନାମ୍ କରିବାକୁ ଅପଚେଷ୍ଟା କରୁଛନ୍ତି ସାରଦା:୫ ଥର ମାଟ୍ରିକ ଫେଲ୍ ହୋଇଥିବା ନୀତି ନୈତିକତା ନ ଶିଖାନ୍ତୁ’

ଭୁବନେଶ୍ୱର: ମାହାଙ୍ଗା ଭଳି ସଂସ୍କୃତି ସମ୍ପନ୍ନ ମାଟିକୁ ବଦନାମ୍ କରିବାକୁ ଅପଚେଷ୍ଟ କରୁଛନ୍ତି ବିଜେପି ନେତା ସାରଦା ପ୍ରଧାନ । ନୟାପଲ୍ଲୀ ଥାନା ଅଞ୍ଚଳରେ ହୋଇଥିବା ଅପରାଧିକ କାର୍ଯ୍ୟ ଏହା ସୂଚିତ କରୁଛି । ବୁଲୁ ପ୍ରଧାନ ମାହାଙ୍ଗା ନିର୍ବାଚନମଣ୍ଡଳୀ ପାଇଁ କଳଙ୍କ । ତାଙ୍କ ଇତିହାସ କହେ, ସେ ଜଣେ ଘୃଣ୍ୟ ବ୍ୟକ୍ତି । ୧୯୯୭ ମସିହାରେ ସାରଦା ବିପିଏଲ ଶ୍ରେଣୀଭୁକ୍ତ  ଥିଲେ । ଆଜି ସାରଦା ପ୍ରଧାନ କୋଟି କୋଟି ଟଙ୍କାର ମାଲିକ  । ମାହାଙ୍ଗା ବିକାଶ ପରିଷଦ ନାଁରେ ସେ କୋଟି କୋଟି ଚଳୁ କରିଛନ୍ତି । ୧୯୯୯ ମସିହାରେ ସେ ନିଜ ଭାଇକୁ ହଇରାଣ କରି ୧୪ ଦିନ ଚୌଦ୍ୱାର ଜେଲରେ ଥିଲେ  । ସେଭଳି ଲୋକ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଯଥା ବଦନାମ କରିଛନ୍ତି । ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କ କୌଣସି ସମ୍ପୃକ୍ତି ନାହିଁ । ରାଜନୈତିକ ଅଭିସନ୍ଧି ରଖି ବିଜେପି ଶସ୍ତା ରାଜନୀତି କରୁଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ଶୁକ୍ରବାର ଅନୁଷ୍ଠିତ ବିଜେଡି ପ୍ରେସମିଟରେ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ମର୍ଡର କେସରେ ଅପରାଧୀଙ୍କୁ ସହଯୋଗ କରୁଛି ରାଜ୍ୟ ବିଜେପି । ୫ ଥର ମାଟ୍ରିକରେ  ଫେଲ ହୋଇଥିବା ହାର୍ଡକୋର କ୍ରିମିନାଲ ନୀତି ନୈତିକତା ନ ଶିଖାନ୍ତୁ । ରାଜନୀତିକୁ ଏତେ ତଳସ୍ତରକୁ ନେବାର କୌଣସି ଯଥାର୍ଥତା ନାହିଁ  । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି, ନିଶ୍ଚିନ୍ତକୋଇଲି ବ୍ଲକ ଚେୟାରମ୍ୟାନ ସବିତା ଓଝା, । ମାହାଙ୍ଗା ଚେୟାରମ୍ୟାନ ଶରତ କୁମାର ନାୟକ, ମାହାଙ୍ଗା ଭାଇସ ଚେୟାର ମ୍ୟାନ ରସିତା ବେଗମ ପ୍ରମୁଖ ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: ‘୬୧ ଲକ୍ଷ ୨୪ ହଜାର ମେଟ୍ରିକ ଟନ୍‌ ଧାନ କିଣା ହୋଇଛି , ମାର୍ଚ୍ଚ ୩୧ ଯାଏଁ ଜାରି ରହିବ‘

Leave a Reply