ବିଜେଡି ହିଂସାକୁ ପ୍ରଶୟ ଦିଏନି

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ମୁଖାପାତ୍ରଙ୍କ ପ୍ରତିକ୍ରିୟା ପରେ ବିଜେଡି ରଖିଛି ଜବାବ । ବିଜୁ ଜନତା ଦଳ କେବେ ବି ହିଂସା କୁ ପ୍ରଶୟ ଦିଏ ନାହିଁ । ହିଂସା ଗଣ୍ଡଗୋଳ ମାରପିଟ ଏ ସବୁ ଭଲ ନୁହେଁ । ଏହାକୁ କେବେ ବି ନବୀନ ପଟ୍ଟନାୟକ ଗ୍ରହଣ କରନ୍ତି ନାହିଁ । ଆଜି ପର୍ଯ୍ୟନ୍ତ ଏହି ଭଳି କେବେ ହୋଇନଥିଲା । ଯେହା ହେଉଛି ୟାକୁ କେବେ ବି ବରଦାସ୍ତ କରାଯିବା କଥା ନୁହେଁ । ଏପରି କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ`

ସେ ଆହୁରି କହିଛନ୍ତି, ‘ବାଣପୁର ଘଟଣାରେ ବିଜେପି କର୍ମୀ ବାଡ଼ି, ଦଳୀୟ ପତାକା ଧରି ବାଡାଉଥିଲେ । ସେମାନେ ବି ସଂଯମତା ରକ୍ଷା କରି ପାରିଲେନି । ଏହି ଘଟଣାରେ ଆଇନ ଅନୁଯାୟୀ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯିଏ ଯେତେ ବଡ଼ ଲୋକ ହେଉ ନା କାହିଁକି, ଯାହାର ଭୁଲ ଥିବ ତାକୁ ନିଶ୍ଚିତ ଦଣ୍ଡ ଦିଆଯିବ ।