ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ରୋହିତ ପୂଜାରୀ

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ରୋହିତ ପୂଜାରୀ । ଜୟନାରାୟଣ ଏକାଧିକ ଅପରାଧିକ ମାମଲାରେ ସଂଶ୍ଲିଷ୍ଟ । ତାଙ୍କ ବିରୋଧରେ କୋର୍ଟରେ ୧୬ଟି ଚାର୍ଜସିଟ୍ ଦାଖଲ ହୋଇଛି । ସମ୍ଭବତଃ ଜୟନାରାୟଣ ଏହି ଚାର୍ଜସିଟ୍ ବିଷୟରେ କହୁଛନ୍ତି ବୋଲି ସେ ଟ୍ବିଟର ହ୍ୟାଣ୍ଡେଲରେ ଟାର୍ଗେଟ କରି କହିଛନ୍ତି । ମହିଳାଙ୍କୁ ଆକ୍ରମଣ କରୁଥିବା ଲୋକ ବିଷୟରେ ଆମର କିଛି କହିବାର ନାହିଁ । କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ଜୟନାରାୟଣ । ତାଙ୍କର ମାନସିକ ସ୍ୱାସ୍ଥ୍ୟ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁନୁ । ତାଙ୍କଠାରୁ ଦୂରେଇ ରହିବାକୁ ଗଣମାଧ୍ୟମକୁ ସେ ଆହ୍ବାନ ଦେଇଛନ୍ତି ।