ରାଜ୍ୟରେ ନାରୀ ଅସୁରକ୍ଷିତ, ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ : ବିଜେଡି

କଟକ : କଟକରେ କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଘଟଣାକୁ ନେଇ ଡିସିପିଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଡିସିପିଙ୍କ ଭେଟିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ଏହା ଏକ ଲଜ୍ଜା ଜନକ ଓ ସମ୍ବେଦନଶୀଳ ଘଟଣା । ପୀଡିତାଙ୍କ ଏତଲା ନ ରଖିବା ଏକ ଦୁଃଖର କଥା । ଯାହା ପୋଲିସ ପ୍ରଶାସନ ତରଫରୁ ଅବହେଳା କରାଯାଇଛି ।  ନବୀନ ପଟ୍ଟନାୟକ ସରକାର ସମୟରେ ଥାନାକୁ ମୋ ସରକାର ଅନ୍ତଃର୍ଭୁତ କରାଯାଇଥିଲା । ଯେକୌଣସି ବିଷୟ କେହି ଏତଲା ଦେଲା ଗ୍ରହଣ କରାଯାଉଥିଲା । ଏବେ ଏତଲା ବି ଗ୍ରହଣ କରାଯାଉନାହିଁ । ଅଭିଯୁକ୍ତ କିଛି ଗିରଫ ହୋଇଥିଲେ ମଧ୍ୟ କିଛି ଅଭିଯୁକ୍ତ ବାହାରେ ଅଛନ୍ତି । ସେମାନଙ୍କୁ ମଧ୍ୟ ଗିରଫ କରିବା ପାଇଁ ବିଜେଡି ଦାବି କରିଛି । ସେହି କାଫେ ବେଆଇନ ଭାବେ ଚାଲୁଥିବା ବେଳେ ସେଥିରେ ବେଆଇନ ଭାବେ ହୁକାବାର ଚାଲୁଥିବା ମଧ୍ୟ ଅଭିଯୋଗ କରିଛି ବିଜେଡି ଟିମ୍  ।  ନିକଟରେ ବିଜେପି କର୍ପୋରେଟରଙ୍କ ଘର ଥିବା ବେଳେ ବିଜେପି ପାର୍ଟି ଅଫିସ ମଧ୍ୟ ଥିଲା । ସେହି ସ୍ଥାନରେ ଏହି ଲଜ୍ଜାକର ଘଟଣା ଘଟିଛି । ହୁକା ପାଇଁ କିଏ ଅନୁମତି ଦେଇଛି, ତାହାକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛି ବିଜେଡି ।  ରାଜ୍ୟର ବିଜେପି ସରକାର ଲୋକଙ୍କ ସରକାର କହୁଥିବା ବେଳେ ଏଠାରେ ନାରୀ ସୁରକ୍ଷିତ ନାହାନ୍ତି । ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଅସୁକ୍ଷିତ ଅଛନ୍ତି । ଦିନକୁ ଦିନ ଦୁଷ୍କର୍ମ ଘଟଣା ବଢିଚାଲିଛି  । ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉ ନଥିବା ବିଜେଡି ଅଭିଯୋଗ କରିଛି । ଆଇନଗତ କାର୍ଯ୍ୟାନୁଷ୍ଠାନ ନ ହେବା ସହ ମାମଲାକୁ ରୁଜୁ ହୋଇପାରୁନି । ଏହି ସରକାର ସମୟରେ ମହିଳା ଅସୁରକ୍ଷିତ ବୋଲି ଅଭିଯୋଗ ଆଣି ବିଜେଡ଼ି  ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ  କରିଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛି ବିଜେଡି ।