ସପ୍ତମ ରାଉଣ୍ଡରେ ବି ବିଜେଡି ଆଗରେ

1 min read

ବିଜେପୁର ଉପନିର୍ବାଚନ ଟ୍ରେଣ୍ଡରେ ଆଗୁଆ ରହିଛି ବିଜେଡି । ପ୍ରଥମ ରାଉଣ୍ଡରୁ ଆଗୁଆ ଥିବା ରୀତା ସାହୁ ସପ୍ତମ ରାଉଣ୍ଡରେ ମଧ୍ୟ ଆଗୁଆ ରହିଛନ୍ତି । ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ୫୨ ହଜାର ୩୧୭ ଖଣ୍ଡ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୧୩ ହଜାର ୬୨୩ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କୁ ମାତ୍ର ୨ ହଜାର ୫୨ ଖଣ୍ଡ ଭୋଟ୍ ମିଳିଛି । ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ୩୮, ୬୯୪ ଭୋଟରେ ଆଗୁଆ ରହିଛି ।

୧୪ଟି ଟେବୁଲ ଓ ଗୋଟିଏ ରାଉଣ୍ଡ ଟେବୁଲରେ ଭୋଟ୍ ଗଣତି ଚାଲିଛି । ମୋଟ ୨୧ଟି ରାଉଣ୍ଡ ଭୋଟ୍ ଗଣତି ହେବ । ଏଥିପାଇଁ ୧୨୦ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ୍ ଓ ମାଇକ୍ରୋ ଅବଜରଭର୍ ରହିଛନ୍ତି । ')}

Leave a Reply