ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ଝଡ଼: ‘ଓଡ଼ିଶା ବୋଲି ଏଠି ସବୁ ସହି ଯାଉଛନ୍ତି’

ଭୁବନେଶ୍ୱର: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ବୟାନକୁ ନେଇ ଝଡ଼ । ପୁରୀ ଏବଂ ଶ୍ରୀଜଗନ୍ନାଥଙ୍କୁ ନେଇ ଲେଖାଶ୍ରୀଙ୍କ ବୟାନକୁ ‘ଓଡ଼ିଶା ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି । ଲେଖାଶ୍ରୀ କହିଛନ୍ତି, ୨୦୧୯ ନିର୍ବାଚନରେ ବିଜେପିର ସମ୍ବିତ ପାତ୍ର ପୁରୀରୁ ନିର୍ବାଚନ ଲଢ଼ିବା ପରେ ଶ୍ରୀଜଗନ୍ନାଥ ପୁରୀରେ ଅଧିଷ୍ଠିତ ବୋଲି ଲୋକ ଜାଣିଲେ । ନଚେତ ଶ୍ରୀଜଗନ୍ନାଥ କୋଲକାତାର ବୋଲି ଲୋକ ପୂର୍ବରୁ ଜାଣିଥିଲେ ବୋଲି ଲେଖାଶ୍ରୀ ସାମନ୍ତ ସିଂହାର କହିଥିଲେ  ।

ଦଳ ଆଗ ଦିଅଁ ପଛ; ଲେଖାଶ୍ରୀଙ୍କ ବୟାନ ପରେ ତୁମ୍ୱିତୋଫାନ

ଅରୂପ ପଟ୍ଟନାୟକ କହିଛନ୍ତି, ଅନ୍ୟ ରାଜ୍ୟରେ ପୁରୀରୁ ଆସିଛି କହିଲେ ଲୋକ ଚିହ୍ନନ୍ତି । ଏଭଳି ସ୍ଥିତିରେ ଲେଖାଶ୍ରୀଙ୍କ ମନ୍ତବ୍ୟ ନିନ୍ଦନୀୟ । ଓଡ଼ିଶା ବୋଲି ଏଠି ସବୁ ସହି ଯାଉଛନ୍ତି । ମହାରାଷ୍ଟ୍ର ହୋଇଥିଲେ ଲୋକଙ୍କ ଭିତରେ ପ୍ରତିକ୍ରିୟା  ଏତେବେଳକୁ ଦେଖିବାକୁ ମିଳନ୍ତାଣି ବୋଲି ଅରୂପ କହିଛନ୍ତି । ଏହା ନିର୍ବୋଧ, ବାଚାଳ ଓ ଅହଂକାରୀର ପରିଚୟ । କଳାପାହାଡ଼ର ଭଉଣୀ ଭଳି ଲେଖାଶ୍ରୀ ବ୍ୟବହାର କରୁଛନ୍ତି । ଏହା ଦାୟିତ୍ୱହୀନ ମନ୍ତବ୍ୟ । ଜଗନ୍ନାଥଙ୍କ ବିନା ପୁରୀ ଏବଂ ଓଡ଼ିଶାର ଅସ୍ତିତ୍ୱ ନାହିଁ । ପାର୍ଟି ପଲିଟିକ୍ସ ଉପରକୁ ଯାଇ ବିଚାର କରାଯିବା ଉଚିତ । କେବଳ ଲେଖାଶ୍ରୀ ନୁହନ୍ତି, ପୂର୍ବତନ ଜର୍ଜ କାଟ୍‌ଜୁ, ଅଭିଜିତ ଆୟାର ମିତ୍ର ମଧ୍ୟ ଓଡ଼ିଶା ଉପରେ ବି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।

Leave a Reply