ପିପିଲି ଉପ-ନିର୍ବାଚନ; ମହାରଥୀଙ୍କ ପୁଅକୁ ବିଜେଡି ଟିକେଟ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଭାବେ  କରିଛି ବିଜେଡ଼ି । ଗତକାଲି ବିଳମ୍ବିତ ରାତିରେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଆଜି ବିଜେଡ଼ି ପିପିଲି ପାଇଁ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ହେବା ନେଇ ମୋହର ମାରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ  ।

ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା ପିପିଲି ଆସନ । ଏପ୍ରିଲ ୧୭ରେ ନିର୍ବାଚନ ହେବା ନେଇ ପୂର୍ବରୁ ନିର୍ବାଚନ କମିସନ ତାରିଖ ଘୋଷଣା କରିସାରିଛନ୍ତି । ରାଜ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ପିପିଲିରେ ଉପନିର୍ବାଚନ ହେବା ନେଇ ସବିଶେଷ ତର୍ଜମା କରିଛନ୍ତି । କୋଭିଡ ଗାଇଡଲାଇନକୁ କିପରି ପାଳନ କରି ଭୋଟର ମତଦାନ କରିପାରିବେ ସେନେଇ ମଧ୍ୟ ପ୍ରସ୍ତୁତି ସରିଛି ।

ସେପଟେ ବିଜେପି ପ୍ରାର୍ଥୀ ଘୋଷଣା କରିସାରିବା ପରେ ବିଜେଡ଼ିର ପ୍ରାର୍ଥୀ କିଏ ହେବ ସେନେଇ କଳ୍ପନା ଜାରି ରହିଥିଲା । ପୁଅ ରୁଦ୍ର ମହାରଥି କିମ୍ବା ପ୍ରତିଭା ମହାରଥୀ କାହାକୁ ଟିକେଟ ମିଳିବ ସେନେଇ ଦଳରେ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଗୋଟେପଟେ ନିର୍ବାଚନକୁ ମାତ୍ର ହାତରେ ଅଳ୍ପ ଦିନ । ଏନେଇ ମୈଦାନକୁ ବିଜେପି ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇ ସାରିଥିବାବେଳେ ବିଜେଡି ମଧ୍ୟ ରୁଦ୍ର ମହାରଥୀଙ୍କୁ ଅବତୀର୍ଣ୍ଣ କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ନିଜ ପ୍ରାର୍ଥୀ ନାମ ଘୋଷଣା କରିନାହିଁ ।

Leave a Reply