ଦୁଇ ମହିଳାଙ୍କ ହାତରେ ଭୁବନେଶ୍ୱର ଦାୟିତ୍ୱ, ସ୍ୱୟଂ ସହାୟିକାରୁ ଶାସନ ଦାୟିତ୍ୱ ନେଲେ ମଞ୍ଜୁଲତା

ଭୁବନେଶ୍ୱର: ଦୁଇ ମହିଳାଙ୍କ ହାତରେ ଭୁବନେଶ୍ୱର ଦାୟିତ୍ୱ । ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ହେଲେ ଆଦିବାସୀ ଝିଅ ମଞ୍ଜୁଲତା କହଁର । ସ୍ବୟଂ ସହାୟିକାରୁ ଶାସନ ଦାୟିତ୍ୱ ନେଲେ ମଞ୍ଜୁଲତା କହଁର । ଅନ୍ୟ ଦଳର କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମଞ୍ଜୁଲତା । ୨୨ ନମ୍ବର ୱାର୍ଡ କର୍ପୋରେଟର ଭାବେ ସେ ଚଳିତ ପୌର ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି । ଫୁଲବାଣୀରେ ଜନ୍ମିତ ୨୭ ବର୍ଷୀୟା ମଞ୍ଜୁଲତା ଟେଲରିଂ କରନ୍ତି । ଏହାସହ ସେ ଏସଏଚଜି ସଦସ୍ୟା ମଧ୍ୟ ଅଛନ୍ତି । ସେ ସଦସ୍ୟା ଥିବା ଏସଏଚଜି ସଂସ୍ଥାରେ ହଳଦୀ, ପାମ୍ପଡ଼, ଫିନାଇଲ ପ୍ରମୁଖ ସାମଗ୍ରୀ ଉତ୍ପାଦନ କରାଯାଉଛି । ପ୍ରଥମ ଥର ପାଇଁ କର୍ପୋରେଟର ହୋଇଥିବା ମଞ୍ଜୁଲତା ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ପାସ୍‌ କରିଛନ୍ତି ।