spot_img

Latest Posts

ପଦମପୁର ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା ବିଜେଡି

ପଦମପୁର: ପଦମପୁର ଉପନିର୍ବାଚନ ପାଇଁ ସୋମବାର ଦିନ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବର୍ଷା ସିଂ ବରିହାଙ୍କୁ ବିଜେଡି ଟିକେଟ୍ ଦେଇଛି । ବର୍ଷା ହେଉଛନ୍ତି ଦିବଂଗତ ବିଧାୟକ ବିଜୟ ରଞ୍ଜନଙ୍କ ବଡ଼ ଝିଅ । ବିଜୟଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିଲା ଆସନ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପନିର୍ବାଚନ ପାଇଁ ବର୍ଷାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଆସନ୍ତା ୧୬ତାରିଖରେ ସେ ନାମାଙ୍କନ ଦାଖଲ କରିବେ । ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ବିଞ୍ଝାଲ ସମାଜ । ଦିବଂଗତ ବିଧାୟକ ବିଜୟ ରଞ୍ଜନଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ସମାଜ ପକ୍ଷରୁ ନିବେଦନ କରାଯାଇଥିଲା

ପ୍ରାର୍ଥୀଭାବେ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବର୍ଷା। ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବର୍ଷା । ମହିଳା ସଶକ୍ତିକରଣକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ପରିବାରର ଯାହାକୁ ବି ଟିକେଟ ମିଳିଥାନ୍ତା ତାହାକୁ ଆମେ ସମର୍ଥନ କରିଥାଆନ୍ତୁ ବୋଲି ବର୍ଷା କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୧୯ରେ ବିଜେଡି ଜିତିଥିଲା ପଦମପୁର ଆସନ । ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଜୟ ରଞ୍ଜନ ସିଂ ବରିହା ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ହରାଇଥିଲେ। ଡିସେମ୍ବର ୫ ପଦମପୁର ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପାଗ ଭିଡ଼ିଛନ୍ତି। ପଦମପୁର ନିର୍ବାଚନମଣ୍ଡଳୀରେ ୩ଟି ବ୍ଲକ ପଦମପୁର, ପାଇକମାଳ, ଝାରବନ୍ଧ ରହିଛି। ପଦମପୁର ଏନଏସି ସହ ନିର୍ବାଚନମଣ୍ଡଳୀରେ ମୋଟ୍ ୫୮ଟି ପଞ୍ଚାୟତ ରହିଛି। ୨ଲକ୍ଷ ୫୭ ହଜାର ୪୭୪ ଭୋଟର ପଦମପୁରର ନୂଆ ନେତା ବାଛିବେ।

Latest Posts

Don't Miss