spot_img

Latest Posts

‘କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ PM ଫସଲ ବୀମା ଅର୍ଥ’

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ କେନ୍ଦ୍ର ସରକାରଙ୍କୁ ଦେବାକୁ ପଡିବ । ତୁରନ୍ତ ବୀମା ଅର୍ଥ ନମିଳିଲେ କ୍ଷମା କରିବେନି ପଶ୍ଚିମ ଓଡ଼ିଶା ବାସୀ । ବୀମା ଅର୍ଥ ନଦେବାର ଦୋଷକୁ ଏବେ ବିଜେପି ଓଡିଶା ମୁଣ୍ଡରେ ଲଦୁଛି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ । ଯେହେତୁ କେନ୍ଦ୍ର ସରକାର ଓଡିଶାକୁ ଫସଲ ବୀମା ଦେୟ ପ୍ରଦାନ କରିବାର ଅଛି, ତେଣୁ ପଶ୍ଚିମ ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ସେମାନଙ୍କର ଫସଲ ବୀମା ଅର୍ଥ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ନିୟମିତ ସମନ୍ୱୟ ରକ୍ଷା କରିଆସୁଛନ୍ତି ।

ମୁଖ୍ୟମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖି ଚାଷୀଙ୍କ ପଡି ରହିଥିବା ଫସଲ ବୀମା ଦେୟ ପ୍ରଦାନ ଲାଗି କହିଛନ୍ତି । ଯାହା ଦ୍ୱାରା ଓଡିଶାର କୃଷକମାନେ ସେମାନଙ୍କର ଫସଲ ବୀମା ଦେୟ ପାଇପାରିବେ । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ବିଜେପି ଓଡିଶାର ଚାଷୀଙ୍କୁ ବିଭ୍ରାନ୍ତ କରୁଛି ଏବଂ ଫସଲ ବୀମା ଦେୟ ପ୍ରଦାନ ନକରିବାର ଦୋଷକୁ ରାଜ୍ୟ ମୁଣ୍ଡରେ ଲଦୁଛି । କୃଷକମାନଙ୍କୁ ବିଭ୍ରାନ୍ତ କରିବା ଏବଂ ମିଥ୍ୟା ବିବୃତ୍ତି ଦେବା ପରିବର୍ତ୍ତେ, ଫସଲ ବୀମା ଦେବାର ବିଫଳତାକୁ ବିଜେପି ଗ୍ରହଣ କରିବା ଉଚିତ ।

ଓଡିଶା ଚାଷୀଙ୍କର ପଡି ରହିଥିବା ବୀମା ଅର୍ଥ ମଞ୍ଜୁର କରିବାକୁ ଦିଲ୍ଲୀ ସରକାରଙ୍କୁ କହିବା ଉଚିତ୍ । ଯଦି ବିଜେପି ପଶ୍ଚିମ ଓଡ଼ିଶାର କୃଷକମାନଙ୍କୁ ସେମାନଙ୍କର ଫସଲ ବୀମା ଅର୍ଥ ଶୀଘ୍ର ଦେବାରେ ବିଫଳ ହୁଏ, ତେବେ ଲକ୍ଷ ଲକ୍ଷ କୃଷକ ବିଜେପିକୁ କଦାପି କ୍ଷମା କରିବେ ନାହିଁ ବୋଲି ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି ।

Latest Posts

Don't Miss