କରୋନାରେ ଆକ୍ରାନ୍ତ ହେଲେ ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ୍ ଗେଟସ
1 min readନୂଆଦିଲ୍ଲୀ: ବିଲ୍ ଗେଟସଙ୍କୁ କରୋନା । କରୋନାରେ ଆକ୍ରାନ୍ତ ହେଲେ ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ବିଲ୍ ଗେଟସ୍ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିଲ ଗେଟସ୍ । କରୋନାରେ ଆକ୍ରାନ୍ତ ହେବା ପରେ ନିଜକୁ ଆଇସୋଲେଟ୍ କରିଛନ୍ତି ବିଲ୍ ଗେଟସ୍ । ତେବେ ଯେ ପର୍ଯ୍ୟନ୍ତସେ ସୁସ୍ଥ ନହୋଇଛନ୍ତି ସେତେ ପର୍ଯ୍ୟନ୍ତ ଆଇସୋଲେସନରେ ରହିବେ ବୋଲି ବିଲ୍ ଗେଟସ୍ କହିଛନ୍ତି । ବିଲ୍ ଗେଟସ୍ ପୂର୍ବରୁ କରୋନାର ଟିକା ନେଇ ସାରିଛନ୍ତି । କରୋନା ଟିକା ସହ ସେ ନିକଟରରେ ବୁଷ୍ଟର ଡୋଜ ମଧ୍ୟ ନେଇସାରିଛନ୍ତି । ଏହା ପରେ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି ମାଇକ୍ରୋସଫ୍ଟ ଫାଉଣ୍ଡର ବିଲ୍ ଗେଟସ୍ ।
I've tested positive for COVID. I'm experiencing mild symptoms and am following the experts' advice by isolating until I'm healthy again.
— Bill Gates (@BillGates) May 10, 2022
We will continue working with partners and do all we can to ensure none of us have to deal with a pandemic again.
— Bill Gates (@BillGates) May 10, 2022
ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ବିଶ୍ବର ସବୁଠାରୁ ପ୍ରଭାବଶାଳୀ ଘରୋଇ ଫାଉଣ୍ଡେସନ ମଧ୍ୟରୁ ଗୋଟିଏ । ଯାହା ନିକଟରେ ପ୍ରାୟ ୬୫ ବିଲିୟନ ଡଲାରର ସମ୍ପତ୍ତି ରହିଛି । ବିଲ୍ ଗେଟ୍ସ ମହାମାରୀକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକର ସମର୍ଥକ ରହିଛନ୍ତି । ବିଶେଷକରି ଗରିବ ଦେଶରେ ଟିକା ଏବଂ ଔଷଧ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କାମ କରୁଛନ୍ତି ।