ଦୁଷ୍କର୍ମ ଅଭିଯୋଗକାରୀଙ୍କୁ ଏସିଡରେ ଗାଧୋଇ ହତ୍ୟା କଲେ ପୀଡ଼ିତାଙ୍କ ପରିବାର

ନନ୍ଦିଘୋଷ ବ୍ୟୁରୋ: ବିହାରର ଭାଗଲପୁର ଅଞ୍ଚଳରୁ ଆସିଛି ଏକ ଅଭାବନୀୟ ଖବର । ଜଣେ ଦୁଷ୍କର୍ମ ଅଭିଯୋଗକାରୀଙ୍କୁ ଏସିଡରେ ଗାଧୋଇ ହତ୍ୟା କରିଛନ୍ତି ପିଡ଼ିତାଙ୍କ ପରିବାର । ଏହି ଖବର ଏବେ ବିହାରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଦୁଷ୍କର୍ମକାରୀର ଶବକୁ ପୋଡ଼ିବା ପରେ ବୁଦାମୂଳରେ ଫୋପାଡ଼ି ଦେଇଥିଲେ । ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । ମୃତଦେହରୁ ଏତେ ଜୋରରେ ଗନ୍ଧ ବାହାରିଥିଲା କି, ରୁମସ୍ପ୍ରେ ମାରି ମୃତଦେହକୁ ଉଦ୍ଧାର କରାଯାଇଥିଲା । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ମୃତକଙ୍କ ମୃତ୍ୟୁ ପୂର୍ବର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ହାତଯୋଡ଼ି କାନ ଧରି କ୍ଷମା ମାଗୁଥିବା ଦେଖିବାକୁ ମିଳିଥିଲା । ତେବେ କୁହାଯାଉଛି କି, ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଜଣକ ନିଜ ଭୁଲ ପାଇଁ ପିଡ଼ିତାଙ୍କ ପରିବାରକୁ ଆସି କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ପିଡ଼ିତାଙ୍କ ପରିବାର ଦୋଷ କ୍ଷମା କରିବା ପରିବର୍ତ୍ତେ ଅଭିଯୁକ୍ତକୁ ଗଛରେ ବାନ୍ଧି ଏସିଡରେ ଗାଧୋଇ ଦେଇଥିଲେ । ଏବଂ ପରେ ପୋଡ଼ିବା ପରେ ପୋଫାଡ଼ି ଦେଇଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଧରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।