ବିହାରରେ ପୁଣି ଟିକା ସ୍କାଣ୍ଡାଲ, ଡାକ୍ତର ନେଇଛନ୍ତି ୫ ଡୋଜ ଟିକା

1 min read

ପାଟନା: ବିହାରରେ ପୁଣି କୋଭିଡ ଟିକା ସ୍କାଣ୍ଡାଲ । ସାଧାରଣ ନାଗରିକ ନୁହଁନ୍ତି, ଖୋଦ ଜଣେ ଡାକ୍ତର ନେଇଛନ୍ତି ୫ଟି ଡୋଜ । ଏହି ଖବର ପ୍ରକାଶ ପାଇବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର । ପାଟନାର ସିଭିଲ ସର୍ଜନ ଡାକ୍ତର ବିଭା କୁମାରୀ ସିଂ ୫ଟି ଡୋଜ ନେଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଅଭିଯୁକ୍ତ ଡାକ୍ତର କହିଛନ୍ତି କି ସେ ଧାର୍ଯ୍ୟ ନିୟମ ଅନୁସାରେ ମୋଟ ୩ଟି ଡୋଜ ନେଇଛନ୍ତି । ତାଙ୍କର ପାନ୍ କାର୍ଡ ବ୍ୟବହାର କରି ଅନ୍ୟ କେହି ବ୍ୟକ୍ତି ଡୋଜ ନେଇଛନ୍ତି ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି । କୋ-ଓ୍ୱିନ ପୋର୍ଟାଲ ଅନୁସାରେ ସେ ଗତବର୍ଷ ଜାନୁଆରୀ ୨୮ରେ ପ୍ରଥମ ଡୋଜ ନେଇଥିବାବେଳେ ମାର୍ଚ୍ଚ ୧୨ରେ ଦ୍ୱିତୀୟ ଡୋଜ ନେଇଥିଲେ । ତେବେ ସରକାରୀ ରେକର୍ଡ ଅନୁସାରେ ସେ ଗତବର୍ଷ ଫେବ୍ରୁଆରୀ ୬, ଜୁନ ଏବଂ ଚଳିତବର୍ଷ ଜାନୁଆରୀ ୧୩ରେ ଆଉ ତିନୋଟି ଟିକା ନେଇଛନ୍ତି । ଅର୍ଥାତ ସେ ମୋଟ ୫ଟି ଟିକା ନେଇଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ ପାଟନା ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛନ୍ତି ।

 

Leave a Reply