spot_img

Latest Posts

କିଏ ହେବେ ପ୍ରଧାନମନ୍ତ୍ରୀ? ଚର୍ଚ୍ଚା ବଢ଼ାଇଲା ଛତିଶଗଡର ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପେଶ ବଘେଲଙ୍କ ବୟାନ

ରାଏବରେଲୀ: କ୍ଷମତାକୁ ଆସିବ କି ଇଣ୍ଡିଆ ମେଣ୍ଟ । ଯଦି ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସେ ତେବେ କିଏ ହେବେ ପ୍ରଧାନମନ୍ତ୍ରୀ। ଏହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ବିଜେପିର ୪୦୦ ପାର୍ ସ୍ଲୋଗାନ ମଧ୍ଯରେ ଝଡ଼ ସୃଷ୍ଟି କରିଛନ୍ତି ଛତିଶଗଡ଼ର ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପେଶ ବଘେଲ । ସେ କହିଛନ୍ତି- ରାଏବରେଲୀବାସୀ ଦେଶର ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚିତ କରିବାକୁ ଯାଉଛନ୍ତି ।

ରାଏବରେଲୀର ବାଥୁଆ ଖାସରେ ବଘେଲ କହିଛନ୍ତି ରାଏବରେଲୀବାସୀ ଅତୀତରେ ଇନ୍ଦିରା ଗାନ୍ଧୀଙ୍କୁ ନିର୍ବାଚିତ କରିଥିଲେ। ଏବେ ସେମାନେ ରାହୁଲଙ୍କୁ ନିର୍ବାଚିତ କରିବେ । ବର୍ତ୍ତମାନ ରାଏବରେଲୀରେ କଂଗ୍ରେସ ପୂରାଦମରେ ନିର୍ବାଚନ ରଣନୀତି କରିଚାଲିଛି। ବହୁ ହେଭିଓ୍ବେଟ ପ୍ରଚାର କାର୍ଯ୍ୟରେ ସାମିଲ ଅଛନ୍ତି । ସେପଟେ ବଘେଲଙ୍କ ମନ୍ତବ୍ଯ ପ୍ରସଙ୍ଗରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି ଏହା ଇଣ୍ଡିଆ ବ୍ଲକର ଷ୍ଟ୍ରାଟେଜିର ଏକ ଦିଗ ।

ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମିଳିତ ଭାବେ ଲଢୁଛନ୍ତି। ବର୍ତ୍ତମାନ ସୁଦ୍ଧା ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ନଥିଲେ ବି ବଘେଲଙ୍କ ସୂଚନା ଚର୍ଚ୍ଚା ସୃଷ୍ଟି କରିଛି। ୨୦୦୪ରୁ ରାଏବରେଲୀ କଂଗ୍ରେସ ହାତରେ ରହିଛି ଏବଂ ସେଠାରୁ ସୋନିଆ ଗାନ୍ଧୀ ନିର୍ବାଚିତ ହୋଇଆସୁଥିଲେ । ଏବେ ସେଠାରେ ରାହୁଲଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ଦିନେଶ ପ୍ରତାପ ସିଂ । ସେପଟେ ଇଣ୍ଡିଆ ମେଣ୍ଟ ସହ ଆସନ ବୁଝାମଣା କରି ନଥିବା ଟିଏମସି ନେତ୍ରୀ ମମତା ବାନାର୍ଜୀ କହିଛନ୍ତି- ତାଙ୍କ ଦଳ ଇଣ୍ଡିଆ ମେଣ୍ଟକୁ ବାହାରୁ ସମର୍ଥନ କରିବ ।

Latest Posts

Don't Miss