ଭୁବନେଶ୍ୱରରେ ମିଳିବ ୨୪ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ସୁବିଧା

1 min read

ଭୁବନେଶ୍ୱର: ଖୁବଶୀଘ୍ର ରାଜଧାନୀବାସୀଙ୍କୁ ମିଳିବ ୨୪ଘଣ୍ଟା ବିଶୁଦ୍ଧ ପାନୀୟ ଜଳ । ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ବା BSCL ସ୍ମାର୍ଟସିଟି ମିଶନ ଜରିଆରେ ଖର୍ଚ୍ଚ କରିବ ୨୦କୋଟି । ଏହି ବିଶୁଦ୍ଧ ଜଳକୁ ବିନା ଗରମ କିମ୍ବା ଛାଣି ସିଧାସଳଖ ପାଇପରୁ ପିଇ ପାରିବେ । ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନା ପ୍ରାଥମିକ ପର୍ଯ୍ୟାୟରେ ସହରର ସହିଦନଗର, ସତ୍ୟନଗର, ଖାରବେଳ ନଗର, ବାପୁଜୀ ନଗର ଓ ଅଶୋକ ନଗରରେ କାର୍ଯ୍ୟକାରୀ ହେବ । ଏହା ଦ୍ୱାରା ପ୍ଲାଷ୍ଟିକ ବୋତଲର ଵ୍ୟଵହାର ହ୍ରାସ ପାଇବା ସହିତ ପ୍ରଦୂଷଣ ନିୟନ୍ତ୍ରଣରେ ସହାୟକ ହେବ । ଏହି ପ୍ରକଳ୍ପରେ ମୋଟ ୩୫କୋଟି ବିନିଯୋଗ କରାଯିବ ।

ସ୍ମାର୍ଟସିଟିର ଏହି ପ୍ରକଳ୍ପକୁ ୱାଟକୋ ଦ୍ୱାରା କାର୍ଯ୍ୟକାରୀ କରାଯିବ । ଏଥିପାଇଁ ବିଏସସିଏଲ୍‌ ପକ୍ଷରୁ ୧୦କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ଏହି ସୁବିଧା ଲଣ୍ଡନ, ନ୍ୟୁୟର୍କ ଓ ସିଙ୍ଗାପୁର ଭଳି ବିଶ୍ୱସ୍ତରୀୟ ସହରରେ ଉପଲବ୍ଧ ଥିବା ବେଳେ ଓଡ଼ିଶାରେ ପ୍ରଥମ ସହର ଭାବେ ପୁରୀରେ କାର୍ଯ୍ୟକ୍ଷମ ହୋଇଛି । ବର୍ତ୍ତମାନ ଭୁବନେଶ୍ୱର ରାଜ୍ୟର ଦ୍ୱିତୀୟ ସହର ଭାବେ ଏହି ଯୋଜନାରେ ସାମିଲ ହେବାକୁ ଯାଉଛି । ଏହାଦ୍ୱାରା ମନ୍ଦିରମାଳିନୀ ଏକାମ୍ରକ୍ଷେତ୍ରରୁ ୪୦୦ଟନ ପ୍ଲାଷ୍ଟିକ ବର୍ଜ୍ୟକୁ ରୋକିବାରେ ସହାୟକ ହେବ । ଏଣୁ ଏଥିପାଇଁ ରାଜଧାନୀବାସୀଙ୍କ ସହଯୋଗ କାମନା କରିଛନ୍ତି ବିଏମସି କମିଶନର ତଥା ବିଏସ୍‌ସିଏଲ୍‌ର CEO ସଞ୍ଜୟ କୁମାର ସିଂହ ।

ଏଥିସହିତ ପଢ଼ନ୍ତୁ: ‘ଓଡ଼ିଶା ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’