ସାଇବାବାଙ୍କ ନାଁରେ ୨୦ ହଜାର ଲୁଟିନେଲେ ସାଇବର ଠକ

1 min read

ଭୁବନେଶ୍ୱର: ଠାକୁରଙ୍କ ନାଁରେ ଏବେ ମାତିଲେଣି ସାଇବର ଲୁଟେରା  ।  ସାଇବାବାଙ୍କ ରାଣ ପକାଇ ଲୁଟିନେଲେ ସାଇବର ଠକ । ଠାକୁରଙ୍କ ନାଁରେ ତୀର୍ଥଯାତ୍ରୀଙ୍କଠାରୁ ଲୁଟ । ଏନେଇ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି ଟଙ୍କପାଣି ରୋଡ଼ର ରଶ୍ମିତା ପାଢ଼ୀ । ଅଭିଯୋଗ ଅନୁସାରେ ସିରିଡି ଯିବାକୁ ହୋଟେଲ ବୁକ କରୁଥିଲେ ରଶ୍ମିତା । ଗୁଗୁଲରେ ନମ୍ବର ଦେଖି ଯୋଗାଯୋଗ କରିଥିଲେ । ପରେ ସାଇବାବାଙ୍କ ନାଁରେ ଗୁଗୁଲରେ ଖୋଲିଥିବା ସାଇବର ଠକ ସବୁକିଛି ଲୁଟିନେଇଥିଲା  ।

ରଶ୍ମିତାଙ୍କୁ ହୋଟେଲ ବୁକ କରିବା ନିମନ୍ତେ otp ଯାଇଥିଲା  । ପରେ ଓଟିପି ନମ୍ବର ମାଗିଥିଲେ ଏହି ଲୁଟେରା  । ଓଟିପି ଦେବା ପରେ ରଶ୍ମିତାଙ୍କ ଆକାଉଣ୍ଟରୁ କଟିଯାଇଥିଲା ୨୦ହଜାର ଟଙ୍କା । ଏନେଇ ଭୁବନେଶ୍ୱରର ରଶ୍ମିତା ପାଢୀ ସାଇବର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି  । ପୋଲିସ ମଧ୍ୟ ଅଭିଯୋଗ ରଖିଛି  । ତେବେ ଆଗରୁ ଲୁଟେରା ଅନ୍ୟ ଉପାୟରେ କଳାକନା ବୁଲାଉଥିବାବେଳେ ଏବେ ଠାକୁରଙ୍କ ନାଁରେ ଲୁଟିବା ଆରମ୍ଭ କଲେଣି  ।