ସରକାର ପାତର ଅନ୍ତର କରୁଥିବା କହିଲା ବିଜୁ ଶ୍ରମିକ ସାମୁଖ୍ୟ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
1 min readଭୁବନେଶ୍ବର : ଖୋଲା ଅକାଶ, ଶୀତୁଆ ରାତି । ଚାରିଆଡେ ଅନ୍ଧାର । ହେଲେ ସବୁ ସମସ୍ୟାକୁ ସାମ୍ନା କରିବାକୁ ପ୍ରସ୍ତୁତ ମାଆ । ପେଟପାଟଣା ପାଇଁ ନର୍ଭୀକ ପାଲଟିଛନ୍ତି ମିଶନ ଶକ୍ତି ମହିଳା । ମହାତ୍ମାଗାନ୍ଧୀ ମାର୍ଗରେ ବିତିଲାଣି ୩ ଦିନ ଦୁଇ ରାତି । ହେଲେ ନିଘୋଡ ନିଦରେ ଲୋକଙ୍କ ସରକାର। ବାସଭବନରେ ନିଶ୍ଚିନ୍ତରେ ମୁଖ୍ଯମନ୍ତ୍ରୀ। ଧାରଣାସ୍ଥଳରେ କାଲି ଗୁରବାର ମାଣବସା ପୂଜା କରିବେ ମାଆ । ଦୁଇ ରାତିର ଶୀତ ସାଙ୍ଗକୁ ବର୍ଷା କୋହଲା ପାଗରେ ଧାରଣା ଜାରି ରଖିଛନ୍ତି ମାଆ । ରଘୁପତି ରାଘବ ରାଜାରାମ ଗୀତ ଗାଇ ଆରମ୍ଭ କରିଥିଲେ ହକର ଲଢେଇ। ଦିନ ତମାମ ହୁଳହୁଳି, ନାରାବାଜିରେ କମ୍ପୁଛି ଧାରଣାସ୍ଥଳ। ମହିଳା ଉପ-ମୁଖ୍ଯମନ୍ତ୍ରୀ ଜଣେ ମାଆ ହୋଇ ମାଆମାନଙ୍କ ଦୁଃଖ ବୁଝିନାହାନ୍ତି । ବିଧାନସଭାରେ ପ୍ରତିକ୍ରିୟା ଦେଇ ରାସ୍ତାରେ ଗଡିବା କଥା କହି ତାତ୍ସଲ୍ଯ କରୁଛନ୍ତି। ମିଶନ ଶକ୍ତି ମାଆମାନେ ଦଳ ଦେଖୁ ନାହାନ୍ତି, ଏ ରାଜ୍ଯ ସରକାର ଦଳ ଦେଖୁଛି । ପୂର୍ବ ସରକାର ନିୟମିତ ଦରମା ଦେଉଥିଲେ, ଏ ସରକାର କାହିଁକି ୯ ମାସ ହେଲାଣି ଦରମା ଦେଉ ନାହାନ୍ତି । ଆମ ସମସ୍ଯା ସମାଧାନ କରିବା ସହିତ ସରକାର ସତ କୁହନ୍ତୁ ବୋଲି ମିଶନଶକ୍ତି ମାଆ ମାନେ ଦାବି କରିଛନ୍ତି।
ସେପେଟେ ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ । ମିଶନଶକ୍ତି ମାଆ ମାନଙ୍କ ପ୍ରାପ୍ଯ ଫେରାଇବା ନ୍ଯାୟ ସଙ୍ଗତ ବୋଲି କହି ମୋହନ ସରକାର ଓ ଉପ-ମୁଖ୍ଯମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ସେହିଭଳି ଏ ସରକାର ପାତର ଅନ୍ତର କରି ମହିଳାଙ୍କ ଦାବି ଶୁଣୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜୁ ଶ୍ରମିକ ସାମୁଖ୍ଯ ଅଧ୍ଯକ୍ଷ ସୁବାସ ସିଂହ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ ଚେତାବନୀ ଦେଇଛନ୍ତି।