କାମ୍ ଦେଉନି କଟକଣା: ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌ରେ ଚାଲିଛି ଦେହ ବେପାର

ଭୁବନେଶ୍ୱର: ଲକ୍‌ଡାଉନ ଓ ସଟ୍‌ଡାଉନ୍‌ରେ ରାତିରେ ଜମୁଛି ଦେହ ବେପାର । ଛିଣ୍ଡିଥିଲା ୨୫ଶହ ଟଙ୍କା, କାହିଁକି ଦେଲୁ ୫୦୦ ଟଙ୍କା । ଆଉ ୨ ହଜାର ଦେବ କିଏ । ଏଭଳି ପ୍ରଶ୍ନ କରିଛି ଦେହଜୀବୀ । ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ସଟଡାଉନ ସମୟରେ ରାତିରେ ଖୁଲାମଖୁଲା ଚାଲୁଥିଲା ଦେହ ବେପାର । ଟଙ୍କା ନେଣଦେଣକୁ ନେଇ ଉଭୟ ଯୁବତୀ ଓ ଗ୍ରାହକଙ୍କ ମଧ୍ୟରେ ହୋଇଛି କଥା କଟାକଟି । ଏମିତିକି ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଶେଷରେ ନିଜ ପାଉଣା ନମିଳିବାରୁ ସମ୍ପୃକ୍ତ ଯୁବତୀ ଜଣଙ୍କ ଚିଲ୍ଲାଇଥିଲେ ।

ଦେହ ବ୍ୟବସାୟ କରୁଥିବା ଯୁବତୀ ଜଣକ ତାଙ୍କ ଦାବି ମୁତାବକ ଟଙ୍କା ପାଇନଥିବା କହୁଥିବା ବେଳେ ସମ୍ପୃକ୍ତ ଗ୍ରାହକ ଜଣକ ସବୁ ଟଙ୍କା ଦେଇ ସାରିଥିବା କହିଥିଲେ । ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତାଲାବନ୍ଦ ବେଳେ ମାଳମାଳ ପୋଲିସ ସହରରେ ମୁତୟନ ହୋଇଛନ୍ତି । ଘଟଣାସ୍ଥଳଠାରୁ ମାତ୍ର ୩୦୦ମିଟର ଦୂରରେ ପୋଲିସ ନାକାବନ୍ଦି ବି କରିଛି । ଏମିତିକି ୫୦୦ମିଟର ଦୂରରେ ଏକ ପୋଲିସ ଆଉଟ୍ ପୋଷ୍ଟ ମଧ୍ୟ ରହିଛି । ଏହା ସତ୍ତ୍ୱେ ଯୁବତୀମାନେ କିଭଳି ଦେହ ବ୍ୟବସାୟ କରୁଛନ୍ତି, ସେନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।

Leave a Reply