ତତଲା କଢେଇରେ ଭାଜିହେବ ଓଡ଼ିଶା… ରାଜ୍ୟରେ ଏବେଠୁ ଉପରମୁହାଁ ହେଲାଣି ପାରଦ

ଭୁବନେଶ୍ବର : ରାଜ୍ୟରେ ଏବେଠୁ ଉପରମୁହାଁ ହେଲାଣି ପାରଦ । ପ୍ରବଳ ଖରା ସହ ବହୁଛି ଝାଞ୍ଜି ପବନ । ଧିରେ ଧିରେ ରାଜ୍ୟର ଉତ୍ତପ୍ତ ସହର ପାଲଟୁଛି ରାଜଧାନୀ ଭୁବନେଶ୍ବର । ନଭେମ୍ବର ମାସଠାରୁ ବର୍ଷା ହୋଇନଥିବା ବେଳେ ମାଟି ଶୁଷ୍କ ରହିଛି । ସାମୁଦ୍ରିକ ବାୟୁ ସ୍ଥଳଭାଗକୁ ପ୍ରବାହ ନହେବାରୁ ବାୟୁମଣ୍ଡଳରେ ଜଳୀୟବାଷ୍ପ ନାହିଁ । ମେଘମୁକ୍ତ ଆକାଶ ଏବଂ ସୂର୍ଯ୍ୟଙ୍କ ତେଜ୍ କିରଣ ମାଟି ଉପରେ ପଡିବାରୁ ତାପମାତ୍ରା ବଢିବା ସହ ସହର ମଧ୍ୟରେ ଗରମ ପବନ ପ୍ରବାହିତ ହେଉଛି । ଆଗମୀ ଦିନରେ ସ୍ବାଭାବିକଠାରୁ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢିବ ପାରଦ । ଉପକୂଳରେ ୪୦ଡିଗ୍ରୀ ତାପମାତ୍ରା ଛୁଇଁବାର ସମ୍ଭାବନା ରହିଛି । ଗତ ୨୦୨୧ରେ ବିଶ୍ବର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଥିଲା ଭୁବନେଶ୍ବର । ଏଥର ମଧ୍ୟ ଭୁବନେଶ୍ବର ସମେତ ବାରିପଦା, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ, ଟିଟିଲାଗଡ ବିଶ୍ବ ତଥା ଦେଶର ଉତ୍ତପ୍ତ ସହର ହେବା ଆଶଙ୍କା ରହିଛି ।