ରାଜଧାନୀରେ ଡେଙ୍ଗାଗେଡ଼ା ଗ୍ଯାଙ୍ଗ ଆତଙ୍କ
1 min read
ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ଡେଙ୍ଗାଗେଡ଼ା ଗ୍ଯାଙ୍ଗ ଆତଙ୍କ । ଭୁବନେଶ୍ବରର ଏଟିଏମ ଉପରେ ଡେଙ୍ଗାଗେଡ଼ା ଗ୍ଯାଙ୍ଗର ଆଖି । ପଟି ଲଗାଇ ଲୁଟିନେଲେ ଲୁଟେରା । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଲୁଟେରାଙ୍କ Exclusive ସିସିଟିଭି ଭିଜୁଆଲ । ମହିଳା, କଲେଜ ପଢୁଆ ପିଲା ଓ ବୃଦ୍ଧ ଲୋକଙ୍କୁ ସଫ୍ଟ ଟାର୍ଗେଟ କରୁଛନ୍ତି ଏହି ଲୁଟେରା । କମିଶନରେଟ ପୋଲିସରେ ଏନେଇ ୩ଟି ଅଭିଯୋଗ ହୋଇଛି । ଏଟିଏମ ମେସିନ ଆଗରେ ଲୁଟେରା ଏକ ପ୍ଲେଟ ଲଗାଉଛନ୍ତି । ଟଙ୍କା ନବାହାରିବାରୁ ଲୋକେ ଫେରି ଯାଉଛନ୍ତି। କିନ୍ତୁ ପରେ ଲୁଟେରା ଆସି ଟଙ୍କା ନେଇ ଚାଲିଯାଉଛନ୍ତି ।