ଜମି ଜମା ବିବାଦ; ପୋଲିସ ଉପସ୍ଥିତିରେ ଭାଇକୁ ଗୋଡ଼ାଇ ହାଣିଲା ଭାଇ

ଭୁବନେଶ୍ୱର: ରାଜଧାନୀରେ ଜମି ଜମାକୁ ନେଇ ହଣାକଟା । ଭାଇକୁ ହାଣିଲା ଭାଇ । ପୋଲିସ ଆଗରେ ସମ୍ପର୍କୀୟଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଯୁବକ । ଘଟଣା ଘଟିଛି ପୁରୁଣା ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଧୀନ ବଢ଼େଇବାଙ୍କ ଛକର ପଥୁରିଆ ବଡ଼ୁସାହି ଛକରେ । ଜମିବାଡ଼ି ବିବାଦରୁ ଏଭଳି ଜଘନ୍ୟ କାଣ୍ଡ ଘଟିଛି ।

ଦୀପ୍ତିକାନ୍ତ ବଡ଼ୁଙ୍କ କଟୁରୀ ଚୋଟରେ ଗୁରୁତର ହୋଇଛନ୍ତି ସମ୍ପର୍କୀୟ କମଳାକାନ୍ତ ବଡ଼ୁ ଓ ଚନ୍ଦ୍ରକାନ୍ତ ବଡ଼ୁ ।  ଅନ୍ୟ ଏକ ଜମିବାଡ଼ି ବିବାଦ ମାମଲାରେ ଗତ ୨୨ ତାରିଖରେ ଦିପ୍ତିକାନ୍ତଙ୍କୁ ପୋଲିସ ଗିରଫ କରିଥିଲା । ଡିସିପି କୋର୍ଟରେ ସର୍ତ୍ତମୂଳକ ଜାମିନରେ ଆସିଥିଲା ଦିପୁନା । ଏହି ଘଟଣା ପରେ ଦୀପୁନାକୁ ଅଟକ ରଖିଛି ପୋଲିସ ।  ସେପଟେ ପିସିଆର୍ ଭ୍ୟାନ ଆଗରେ ଏଭଳି ଘଟଣା ପରେ ଅପରାଧୀଙ୍କର ପୋଲିସକୁ ଡର ରହୁନି ବୋଲି ଚର୍ଚ୍ଚା ହେଉଛି ।

ଏଥିସହିତ ପଢ଼ନ୍ତୁ: ଗହମ ପରେ ଚିନିର ରପ୍ତାନି ଉପରେ କଟକଣା ଲଗାଇଲା କେନ୍ଦ୍ର ସରକାର