ଆଜିଠୁ କମ୍ପିବ କୁଆଖାଇ ପଠା, ୮ ଦିନ ଧରି ଚାଲିବ ଭୁବନେଶ୍ୱର ବାଲିଯାତ୍ରା

ଭୁବନେଶ୍ୱର: ଦୁଇ ବର୍ଷ ପରେ ଆଜିଠୁ ଭୁବନେଶ୍ବରରେ ଅନୁଷ୍ଠିତ ହେବ ବାଲିଯାତ୍ରା । ୮ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୫ ଶହରୁ ଅଧିକ ଷ୍ଟଲ୍‌ ପଡ଼ିବା ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପିଲାଙ୍କ ମନୋରଞ୍ଜନ ପାଇଁ ମୀନାବଜାରର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ଉତ୍ସବ ପାଇଁ ରାଜଧାନୀବାସୀଙ୍କ ମଧ୍ୟରେ ଏବେଠୁ ଉତ୍କଣ୍ଠା ଦେଖିବାକୁ ମିଳିଲାଣି । ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି । ଶାନ୍ତି ଶୃଙ୍ଖଳାର ସହ ଲୋକେ ଯାତ୍ରା ବୁଲି ଦେଖିବେ, ସେ ନେଇ ଗୁରୁତ୍ୱ ଦିଆଯାଇଛି ।

ସେହିପରି ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ । ଚଳିତ ବର୍ଷ କିଭଳି ସୁରୁଖୁରୁରେ ବାଲିଯାତ୍ରାକୁ ଶେଷ କରାଯିବ, ସେନେଇ ବିଶେଷ ଗୁରୁତ୍ବ ଦିଆଯାଇଛି ।