ଭୁବନାନନ୍ଦ ଇଞ୍ଜିନିୟରିଂ କଲେଜକୁ ସାନିଟାଇଜ୍ କରାଯାଇ ନଥିବାରୁ ଛାତ୍ର ଅଶାନ୍ତି

କଟକ: ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲରେ ଛାତ୍ର ଅଶାନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍‌ଲାଇନ୍ ପରୀକ୍ଷା ଏବଂ ସମସ୍ତଙ୍କ ଟେଷ୍ଟିଂ ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ମୁଖ୍ୟ ଫାଟକରେ ଟାୟାର ଜାଳି ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଅଫ୍‌ଲାଇନ୍ ପରୀକ୍ଷା ହେଲେ ସଂକ୍ରମଣ ବଢିବ ବୋଲି ଯୁକ୍ତି ବାଢ଼ିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପକ୍ଷରେ ଅଧ୍ୟକ୍ଷ କହିଛନ୍ତି ଛାତ୍ରଛାତ୍ରୀଙ୍କ ଦାବି ସମ୍ପର୍କରେ କାଉନସିଲକୁ ଜଣାଇଛନ୍ତି । ସ୍କୁଲରେ ତିନି ଜଣ ଛାତ୍ର ପଜିଟିଭ ଚିହ୍ନଟ ହେବା ପରେ ଆସନ୍ତାକାଲି ଠାରୁ ହେବାକୁ ଥିବା ପରୀକ୍ଷାକୁ ଅଫ୍‌ଲାଇନ୍ ପରିବର୍ତ୍ତେ ଅନଲାଇନରେ କରିବାକୁ ଦାବି ହୋଇଛି । ଏଥିସହିତ ପୂରା ପରିସରକୁ ସାନିଟାଇଜ କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ୍ ଟେଷ୍ଟ ପାଇଁ ମଧ୍ୟ ଦାବି ।

ଅନ୍ୟପକ୍ଷରେ ସ୍କୁଲର ଅଧ୍ୟକ୍ଷ କହିଛନ୍ତି ଯେ, ସ୍କୁଲର ୪ଶହ ପିଲାଙ୍କ ଟେଷ୍ଟ କରାଯାଇଥିଲା । ତିନି ଜଣ ପଜିଟିଭ ବାହାରିଥିଲେ। ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି । ହଷ୍ଟେଲରେ ସାନିଟାଇଜ କରାଯାଇଛି । ବାକି ପିଲାଙ୍କ ଟେଷ୍ଟ ପାଇଁ ଅନୁରୋଧ କରାଯାଇଛି । କୋଭିଡ୍ ଏସଓପି ଅନୁଯାୟୀ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍ ପରିବର୍ତ୍ତେ ଅନଲାଇନ ପରୀକ୍ଷା ପାଇଁ ଯେଉଁ ଦାବି କରୁଛନ୍ତି ସେ ସମ୍ପର୍କରେ କାଉନସିଲକୁ ଜଣାଇ ଦିଆଯାଇଛି ବୋଲି ଅଧ୍ୟକ୍ଷ କହିଛନ୍ତି । ବୋଷ ଛାତ୍ରଛାତ୍ରୀଙ୍କ ବିଭିନ୍ନ ବର୍ଷର ପରୀକ୍ଷା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍ ୧୩ ପର୍ଯ୍ୟନ୍ତ ଚାଲିବ।

ଏଥିସହିତ ପଢ଼ନ୍ତୁ: ଖାଇବାକୁ ଗଲା ମୂଷା, ଫସିଗଲା ନାଗ

 

Leave a Reply