spot_img

Latest Posts

ଛାତିରେ ୧୦ ଇଞ୍ଚ ଲମ୍ବ ଛୁରୀ, ହସ୍ପିଟାଲରେ ନିଜେ ପହଞ୍ଚିଲେ ଯୁବକ

ମଧ୍ୟପ୍ରଦେଶ: ଭୋପାଳରେ AIIMS ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର। ଛାତିରେ ଛୁରୀ ପସିଥିବା ଏକ ବ୍ୟକ୍ତିଙ୍କ ଛାତିରୁ ଅସ୍ତ୍ରୋପଚାର କରି ଛୁରୀକୁ ବାହାର କଲେ ଡାକ୍ତର। ଏଭଳି ଜଟିଳ ଅପରେସନ୍ ପରେ ବ୍ୟକ୍ତି ଜଣକ ପୁନଃ ଜୀବନ ପାଇଛନ୍ତି। ଗଣ୍ଡୋଗୋଳ ସମୟରେ କେହି ଜଣେ ଦୁର୍ବୃତ ବ୍ୟକ୍ତିଙ୍କର ବାମ ପାଖ ଛାତିରେ ଛୁରୀକୁ ଉଭୟ ପାର୍ଶ୍ୱକୁ ଭେଦ କରିଦେଇଥିଲା। କିଛି ଲୋକ ବିଳମ୍ବିତ ରାତିରେ AIIMS ରେ ପହଞ୍ଚିଥିଲେ। ଆହତ ବ୍ୟକ୍ତିଙ୍କୁ ଦେଖି AIIMS ରେ ଉପସ୍ଥିତ ଥିବା ଡାକ୍ତରମାନେ ମଧ୍ୟ ଚକିତ ହୋଇଯାଇଥିଲେ। କାରଣ ବ୍ୟକ୍ତିଙ୍କ ଛାତିରେ ୧୦ ଇଞ୍ଚର ବଡ ଛୁରୀ ପସିକି ରହିଥିଲା।

ଛାତିର ଦୁଇ ପାର୍ଶ୍ୱକୁ ଛୁରୀ ଭେଦ କରିଥିବାର ବହୁତ ପରିମାଣରେ ରକ୍ତ ବହୁଥିଲା। ଯେଉଁଥିପାଇଁ ସମୟ ବଢ଼ିବା ସହିତ ଅଧିକରୁ ଅଧିକ ଗୁରୁତର ହୋଇପଡ଼ୁଥିଲେ ଆହତ ବ୍ୟକ୍ତି ଜଣକ। ରୋଗୀର ଗୁରୁତର ଅବସ୍ଥା ଦେଖି ଡାକ୍ତରମାନେ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରିବାକୁ ଏବଂ ଛାତିରେ ଲାଗିଥିବା ଛୁରୀକୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଟ୍ରମା ଏବଂ ଜରୁରୀକାଳୀନ ବିଭାଗର ମୁଖ୍ୟ ଡାକ୍ତର ମହମ୍ମଦ ୟୁନୁସ ଏବଂ ତାଙ୍କ ଟିମ୍ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ।

ଅସ୍ତ୍ରୋପଚାରର ପ୍ରାୟ ଅଧ ଘଣ୍ଟା ପରେ ଛାତିରୁ ଛୁରୀକୁ ବାହାର କରାଯାଇଥିଲା। ଡାକ୍ତର ମହମ୍ମଦ ୟୁନୁସ କହିଛନ୍ତି ଯେ ରୋଗୀଙ୍କ ଭାଗ୍ୟ ବହୁତ ଭଲ ତେ ଛୁରୀ ହାର୍ଟରେ ବାଜିନି। ମହମ୍ମଦ ୟୁନୁସଙ୍କ ଅନୁଯାୟୀ, ଏହି ଅସ୍ତ୍ରୋପଚାର ଡାକ୍ତର ବିକ୍ରମ ବଟ୍ଟି,  ଡାକ୍ତର ଭୁପେଶ୍ୱରୀ ପଟେଲ, ଡାକ୍ତର ଶୈଲେଶ ଏବଂ ଡାକ୍ତର ରାହୁଲ ଦୁବାଇପୁରିଆଙ୍କ ଦ୍ୱାରା କରାଯାଇଥିଲା।

Latest Posts

Don't Miss