ଚନ୍ଦ୍ରଶେଖରଙ୍କ ଗୁରୁତର ଅଭିଯୋଗ: ‘କ୍ରାଇମ୍ ସିନ୍‌ରୁ ନଷ୍ଟ କରାଯାଇଛି ପ୍ରମାଣ, ଲୋକଙ୍କୁ ଧମକାଉଛି ଏସ୍ଆଇଟି’

ଲକ୍ଷ୍ଶୌ: ହାଥ୍‌ରସ୍ ଗଣଦୁଷ୍କର୍ମ ମାମଲା ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ମାମଲାର ଏସଆଇଟି ତଦନ୍ତ ଜାରି ରହିଥିବା ବେଳେ ରାଜ୍ୟ ସରକାର ସିବିଆଇ ତଦନ୍ତ ନେଇ ସୁପାରିସ୍ କରିଛନ୍ତି । ବୁଧବାର ଏହି ମାମଲାକୁ ନେଇ ଭୀମ ଆର୍ମି ପ୍ରମୁଖ ଚନ୍ଦ୍ରଶେଖର ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ସରକାର ଯଦି ନ୍ୟାୟ ଦେଇପାରିବେ ନାହିଁ, ତେବେ ଅଭିଯୋଗ କାହିକି କରୁଛନ୍ତି । ଦୀର୍ଘ ଦିନ ଧରି ମାମଲା ରୁଜୁ ହୋଇନଥିଲା କାହିକି, ୧୪ ଦିନ ଧରି ମୁଖ୍ୟମନ୍ତ୍ରୀ କ’ଣ କରୁଥିଲେ ।

Who is Bhim Army Chief Chandrashekhar Azad? | India News – India TV

            ସେ କହିଛନ୍ତି ଯଦି ମାମଲା କୋର୍ଟରେ ଅଛି, ତେବେ ଜାତୀୟ ପଞ୍ଚାୟତ କ’ଣ କରୁଛି । ଯିଏ ଭୁଲ କରିଛନ୍ତି ତାଙ୍କୁ ଦଣ୍ଡ ମିଳୁ । ପୀଡ଼ିତାଙ୍କ ପରିବାରକୁ ସିବିଆଇ ଉପରେ ଭରସା ନାହିଁ । ଏଣୁ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ ଆବଶ୍ୟକ । ଉତ୍ତରପ୍ରଦେଶ ସରକାର ପ୍ରସଂଗକୁ ବାଟବଣା କରୁଛନ୍ତି । ଅଧରାତିରେ ପୀଡ଼ିତାଙ୍କୁ ଜଳାଦିଆଯାଇଛି ଏବଂ ଘର ଲୋକଙ୍କୁ ବନ୍ଦ କରିଦିଆଗଲା । ।

            ଭୀମ ଆର୍ମି ମୁଖ୍ୟ କହିଛନ୍ତି, ଆଗକୁ ହାଥରସ୍‌ରେ କିଛି ହୋଇପାରେ ଏବଂ ଭୀମ ଆର୍ମିକୁ ଏଥିପାଇଁ ଦାୟୀ କରାଯାଇପାରେ  । ଏଯାଏଁ ପୀଡ଼ିତାଙ୍କ ପରିବାର ଗାଁରେ କାହିକି ଅଛନ୍ତି, ଯଦି ସିବିଆଇକୁ ତଦନ୍ତି ଦିଆଯାଇଛି, ତେବେ ଏସ୍‌ଆଇଟିକୁ ରିପୋର୍ଟ ପ୍ରଦାନ ଲାଗି କାହିଁକି ଅଧିକ ଅବଧି ଦିଆଯାଉଛି ।

ହାଥରସରେ ପୁଣି ଲଜ୍ଜା: ମାଉସୀ ଘରେ ୬ବର୍ଷର ଶିଶୁକୁ ଦୁଷ୍କର୍ମ,ହସ୍ପିଟାଲରେ ମୃତ୍ୟୁ

            ୟୁପି ସରକାର ପୀଡ଼ିତାଙ୍କ ପରିବାର ଲକ୍ଷ୍ମୌ ଡକାଯିବା ଦରକାର । କ୍ରାଇମ୍ ସିନରେ ଯେତିକି ପ୍ରମାଣ ଥିଲା ତାହା ନଷ୍ଟ କରାଯାଇଛି । ଏସ୍‌ଆଇଟି ସେଠାରେ ଲୋକଙ୍କୁ ଧମକାଉଛି  । ଯେବେ ବିବେକ ତିଓ୍ୱାରୀଙ୍କୁ ୪୮ ଘଣ୍ଟା ମଧ୍ୟରେ ଚାକିରି ମିଳିପାରୁଛି ତେବେ ପୀଡ଼ିତାଙ୍କ ପରିବାରକୁ କାହିଁକି ନୁହେଁ । ଯଦି ଏ ନେଇ ଭାରତ ବନ୍ଦ କରିବାକୁ ପଡ଼ିବ ତେବେ ସେ ବନ୍ଦ ଡାକରା ଦେବେ ବୋଲି କହିଛନ୍ତି ଭୀମ ଆର୍ମି ମୁଖ୍ୟ  ।

Leave a Reply