ମେଜରଙ୍କୁ ମାଡ଼ ଘଟଣା : ସୋସିଆଲ ମିଡିଆରେ ସମ୍ପୂର୍ଣ୍ଣ ଘଟଣାକ୍ରମ ପୋଷ୍ଟ କଲେ କର୍ଣ୍ଣେଲ ରୋହିତ ଦେବ

1 min read

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।  ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ବରୁପ ଆଇଆଇସିଙ୍କ ସମେତ ୫ ଜଣ ଥାନା କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ମାତ୍ର ଏତିକିରେ ଥମିନି ବିବାଦ । ପୂର୍ତବତନ ସେନା ଅଧିକାରୀମାନେ ବୁଧବାର ଭୁବନେଶ୍ବର ପୋଲିସ ସେବା ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଘଟଣାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ବିଭାଗୀୟ ତଦନ୍ତ ଦାବି କରିଛି ସଂଘ । ବାସ୍ତବରେ ସେଦିନ କଣ ଘଟିଥିଲା । କାହିଁକି ଏଭଳି ପୋଲିସ ଘଟାଇଲା ବର୍ବରକାଣ୍ଡ । ଏହାକୁ ନେଇ ବିସ୍ତୃତ ଭାବେ ସୋସିଆଲ ମିଡିଆରେ ପୁରା ଘଟଣାକ୍ରମ ପୋଷ୍ଟ କରିଛନ୍ତି କର୍ଣ୍ଣେଲ ରୋହିତ ଦେବ । କର୍ଣ୍ଣେଲ ରୋହିତ ଦେବ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ସେଦିନ ରାତିର ପୁରା ଘଟଣାକ୍ରମ ବର୍ଣ୍ଣନା କରିଛନ୍ତି ।

https://tweeter.com/RDXThinksThat/status/1835884577216172056?t=r1hz0XjrzqYKKShOr50lpg&s=08

୧୫ ସେପ୍ଟେମ୍ବରରେ କ୍ୟାପଟେନ ଗୁରଭାସ ଏବଂ ତାଙ୍କ ବାନ୍ଧବୀ ଭୁବନେଶ୍ବରରେ କାରରେ ଯାତ୍ରା କରୁଥିବାବେଳେ ୩ଟି ଗାଡ଼ିରେ ପାଖାପାଖି ୧୨ରୁ ୧୩ ଜଣ ଯୁବକ ସେମାନଙ୍କ ସହ ଖରାପ ବ୍ୟବହାର କରିଥିଲେ । ସେମାନେ ରାସ୍ତାରେ ଗାଡ଼ି ରାସ ଡ୍ରାଇଭିଂ ମଧ୍ୟ କରିଥିଲେ । ଗାଡ଼ି ନମ୍ବର ପ୍ଲେଟର ଫଟୋ ଏବଂ ଭିଡିଓ ଉଠାଇ ଏନେଇ ଭରତପୁର ଥାନାରେ ଅଭିଯୋଗ ପାଇଁ ଆସିଥିଲେ । ମାତ୍ର ସେହି ସମୟରେ ଥାନାରେ କୌଣସି ଇନଚାର୍ଜ ଉପସ୍ଥିତ ନଥିଲେ । ଜଣେ ମହିଳା ASIଙ୍କ ସହ ଅନ୍ୟ କେତେଜଣ କନେଷ୍ଟବଳ ଡ୍ୟୁଟିରେ ଥିଲେ ।

ଏନେଇ ଯେତେବେଳେ ଅଭିଯୋଗ କରିଥିଲେ ସେତେବେଳେ ମହିଳା ASI ଅଭିଯୋଗ ରଖିବା ପରିବର୍ତ୍ତେ କହିଥିଲେ କି, ତୁମେ ନିଜର ଚିକିତ୍ସା କରାଅ । ଆମର ଇନଚାର୍ଜ ଆସିଲେ ଆପଣ ଏତଲା ଦେବେ । ଯେତେ କହିଥିଲେ ସୁଦ୍ଧା ସେ ବାହାନା କରିବା ସହ ଶୁଣିନଥିଲେ । ପରେ ପାଟ୍ରୋଲିଂ ସାରି ୨ ଜଣ ମହିଳା ଏବଂ ୪ ଜଣ ପୁରୁଷ ଅଧିକାରୀ ଆସିଥିଲେ । ରାତି ୨ଟା ୪୫ ସମୟରେ ଏମାନେ ଆସିଥିଲେ । ବାରମ୍ବାର ନିବେଦନ କରିବା ପରେ ମଧ୍ୟ ମହିଳା ASI ଜଣକ କିଛି ଶୁଣି ନଥିଲେ । ଏହାପରେ କ୍ୟାପ୍ଟେନଙ୍କ ବାନ୍ଧବୀ ମହିଳା ଅଧିକାରୀଙ୍କୁ କହିଥିଲେ କି, ଆପଣ ସରକାରୀ କର୍ମଚାରୀ ଲୋକଙ୍କ ସେବା କରିବା ଉଚିତ୍ । ଆପଣ ଆମ କଥା କାହିଁକି ଶୁଣୁନାହାନ୍ତି । ଏମିତି କହିବା ପରେ ମହିଳା ଅଧିକାରୀ ଏବଂ କ୍ୟପ୍ଟେନଙ୍କ ବାନ୍ଧବୀ ମଧ୍ୟରେ କଥା କଟାକଟି ହୋଇଥିଲା ।

କ୍ୟାପ୍ଟେନଙ୍କ ବାନ୍ଧବୀ ଅଙ୍କିତା କହିଥିଲେ କି ଆପଣ ନିଜର ୟୁନିଫର୍ମର ମର୍ଯ୍ୟାଦା ରକ୍ଷା କରନ୍ତୁ । ଏହାପରେ ମହିଳା ଅଧିକାରୀ ଜଣକ ରାଗି ଯାଇଥିଲେ । ଆଉ ଅଙ୍କିତାଙ୍କୁ ପ୍ରତି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ । ଏଭଳି ବିଭିନ୍ନ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ । ତେବେ କ୍ୟାପଟେନ ଗୁରଭାସ ଏହାକୁ ମୋବାଇଲରେ ଭିଡିଓ ରେକର୍ଡି କରି ଦେଇଥିଲେ ।

ପରେ ଏଫଆଇଆର ଲେଖିବା ଲାଗି କାଗଜ ପେନ ଦେଇଥିଲେ । ମାତ୍ର ଲେଖିବା ବେଳେ ୪ ଜଣ ପୋଲିସ ଗୁରୁଭାସଙ୍କୁ ଜୋର ଜବରଦସ୍ତ ଧରିବା ସହ ମାଡ଼ ମାରି ଥିଲେ ଏବଂ ସେଲ ଭିତରେ ପୁରେଇ ଦେଇଥିଲେ। ଏପରିକି ମହିଳା ଅଧିକାରୀମାନେ ଅଙ୍କିତାଙ୍କ ଚୁଟି ଘୋଷାଡ଼ି ମାଡ଼ ମାରିଥିଲେ । ପରେ ଆଇଆଇସି ଆସିବା ପରେ ବାହାରେ ବସି କାନ୍ଦୁଥିବା ଅଙ୍କିତା ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ ।