spot_img

Latest Posts

ବର୍ଷା ପବନରେ ଭୁଶୁଡ଼ି ପଡ଼ିଲା ୧୭୧୦ କୋଟି ଟଙ୍କାରେ ନିର୍ମାଣାଧୀନ ପୋଲ

ଭାଗଲପୁର: ବର୍ଷା ପବନରେ ଉଡ଼ିଗଲା ୧୭୧୦ କୋଟି ଟଙ୍କାରେ ନିର୍ମାଣାଧୀନ ପୋଲ। ପବନରେ ଉଡ଼ିଗଲା ନିର୍ମାଣ ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର ଢ଼ାଞ୍ଚା । ଏମିତି ଏକ ଘଟଣା ଘଟିଛି ବିହାରର ଭାଗଲପୁରରେ। ବିହାରରେ ଭାଗଲପୁର ଏବଂ ଖଗଡ଼ିଆକୁ ଯୋଡ଼ିବା ପାଇଁ ଗଙ୍ଗାନଦୀ ଉପରେ ତିଆରି ହେଉଛି ବିରାଟ ପୋଲ। ଏହି ପୋଲଟି ଅଧା ତିଆରି ହୋଇଥିବା ବେଳେ ଏବେ ବି କାମ ଚାଲୁ ରହିଛି।

ତେବେ ଗତକାଲି ବିଳମ୍ବିତ ତାରିରେ ହୋଇଥିବା ଝଡ଼ ବର୍ଷାରେ ଭୁଶୁଡ଼ି ପଡ଼ିଛି ପୋଲର ଢ଼ାଞ୍ଚା। ସୁଲତାନଗଞ୍ଜ ପଟୁ ପୋଲ ନମ୍ବର ୪, ୫ ଏବଂ ୬ ମଧ୍ୟରେ ଡଳେଇ ପଡ଼ିବା ପାଇଁ ତିଆରି ହୋଇଥିବା ଢ଼ାଞ୍ଚା ଭୁଶୁଡି ପଡିଲା। ପୋଲ ନିର୍ମାଣ ସମୟରେ ପୋଲରେ କେବୁଲ ଲାଗିଥିବା ସତ୍ତ୍ୱେ ଏମିତି ହୋଇଥିଲା। ସବୁଠାରୁ ବଡ଼ କଥା ହେଉଛି ଏତେ ବଡ଼ ପୋଲ ନିର୍ମାଣରେ କେବୁଲ ଲାଗିଥିଲେ ମଧ୍ୟ କେମିତି ପୋଲ ଭୁଶୁଡ଼ିଲା। ଯାହା ଏବେ ଇଞ୍ଜିନିୟରଙ୍କ କାର୍ଯ୍ୟଶୈଳି ଉପରେ ପ୍ରଶ୍ନ ଉଠାଇଛି।

ଭୁଶୁଡ଼ି ପଡ଼ିଥିବା ଢ଼ାଞ୍ଚା ୧୦୦ ଫୁଟରୁ ଅଧିକ ଲମ୍ବା ହେବ। ସୌଭାଗ୍ୟବସତ ଏହା ଦ୍ୱାରା କେହି ଆଘାତ ପାଇନାହାଁନ୍ତି। ଏଠାରେ ଆପଣମାନେ ଜାଣିବା ଉଚିତ କି, ଏହି ପୋଲଟି ଗଙ୍ଗାନଦୀ ଉପରେ ୧୭୧୦.୭୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି। ଏସପି ସିଙ୍ଗଲା କନଷ୍ଟ୍ରକସନ ଲିମିଟେଡ୍ ଏହି ଚାରି ଲେନ ବିଶିଷ୍ଟ ପୋଲକୁ ନିର୍ମାଣ କରୁଛି ।

ପୋଲର ଲମ୍ଭ ୩ ହଜାର ୧୬୦ମିଟର ହୋଇଥିବା ବେଳେ ପୋଲଟି କେବୁଲ ଆଧାରରେ ତିଆରି ହେଉଛି। ଏହି ପୋଲର ଅନ୍ୟ ଖାସିୟତ ହେଉଛି ଇଣ୍ଟେଲିଜେଣ୍ଟ୍ ଟ୍ରାଫିକ୍ ପ୍ରଣାଳି ମାଧ୍ୟମରେ ନିର୍ମାଣ ହେଉଛି ପୋଲ।

Latest Posts

Don't Miss