କାର୍ ଜାଳିଲେ ଦୁର୍ବୃତ୍ତ: ପୋଲିସ ଇନଫର୍ମର ସନ୍ଦେହରେ ଜାଳିଦେଲ

ଭଦ୍ରକ: ପୋଲିସକୁ ଇନଫର୍ମେସନ ଦେବା ପଡ଼ିଲା ମହଙ୍ଗା । ରାଗ ରଖି ଗାଡି ଜାଳିଦେଲେ ଦୁର୍ବୃତ୍ତ । ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଛାପୁର ପରିବିନ୍ଧା ମାରପୁର ଗାଁରେ । କୋଇଲା ମାଫିଆଙ୍କ ବିଷୟରେ ପୋଲିସକୁ ତଥ୍ୟ ଦେଇଥିବାରୁ ରାଗିଯାଇ ପ୍ରତାପ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶି ତାଙ୍କ ହୁଣ୍ଡାଇ କାର ଜାଳିଦେଇଛନ୍ତି ଦୁର୍ବୃତ୍ତ । ଗାଡି ଜାଳିଦେବା ଭିଡିଓ ସିସିଟିଭିରେ କଏଦ ହୋଇଛି । ଭଦ୍ରକ – ଧାମରା ରେଳପଥ ରେ କୋଇଲା ଟ୍ରେନ ଯାଉଥିବା ବେଳେ, ଚଳନ୍ତା ଟ୍ରେନରୁ କୋଇଲା ଚୋରି କରି ମାଲାମାଲ ହେଉଛନ୍ତି ମାଫିଆ  ।

ଏହି ଘଟଣା ବାରମ୍ଵାର ଘଟୁଛି, ଏନେଇ ଗତକାଲି ଆର ପି ଏଫ ପୋଲିସ ଇଚ୍ଛାପୁର ନିକଟରେ ରେଡ କରୁଥିବା ବେଳେ, ଗାଁର ପ୍ରତାପ ବେହେରା କୋଇଲା ଚୋରି ହେଉଥିବାର ଠିକଣା ପୋଲିସକୁ ଜଣାଇଥିଲେ । ପରେ ଏହି ରାଗ ରଖି କୋଇଲା ମାଫିଆ ମାନେ ଗତକାଲି ବିଳମ୍ବିତ ରାତିରେ ପ୍ରତାପ ବେହେରାଙ୍କ ଘର ଆଗରେ ଥିବା ହୁଣ୍ଡାଇ କାର ଟିକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ କିରଛନ୍ତି ପ୍ରତାପ । ଉକ୍ତ ଅଞ୍ଚଳରୁ କିଛି ଗାଡି ସହ କୋଇଲା କୁ ମଧ୍ୟ ଜବତ କରାଯାଇଛି । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ପୋଲିସ ର ନିଷ୍କ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆମେରିକା ଆଣୁଛି ନୂଆ ଟ୍ରାନ୍ସପୋର୍ଟ ସିଷ୍ଟମ, ବିଶ୍ୱର ଯେ କୌଣସି ସ୍ଥାନରେ ଘଣ୍ଟାକରେ ପହଞ୍ଚିବ ଯୁଦ୍ଧାସ୍ତ୍ର

Leave a Reply