ATM ଲୁଟେରାଙ୍କୁ ଖୋଜି ଖୋଜି ଏନକାଉଣ୍ଟର, ୪ ଗିରଫ

ଭଦ୍ରକ:  ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର । ୪ ଜଣଙ୍କୁ ଗିରଫ  । ଏଟିଏମରେ ଅପଲୋଡ଼ ହେଉଥିବା ସମୟରେ 28 ଲକ୍ଷ ଟଙ୍କା ଲୁଟ ଘଟଣାର ସଂଶ୍ଳିଷ୍ଠ ରହିଛନ୍ତି ଏହି ଡକାୟତ । ଦୁଇ ଜଣ ଅପରାଧୀଙ୍କୁ ଗ୍ରାମାଞ୍ଚଳ ଥାନା ବରପଦା ନିକଟରେ ଥିବା ଭଡା ଘରୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଏନକାଉଣ୍ଟର କରିଛି । ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ ହୋଇଛି । ଏନକାଉଣ୍ଟର ବେଳେ ଅଭିଯୁକ୍ତଙ୍କ ପାଲଟା ଆକ୍ରମଣେ ଗ୍ରାମାଞ୍ଚଳ ଥାନା ଅଧିକାରୀ ଆଲୋକ ଜେନା , କନେଷ୍ଟବଳ ଶ୍ରୀକାନ୍ତ ଜେନା ଙ୍କ ସହ କେତେକ ପୋଲିସ କର୍ମୀ ଆହତ ହୋଇଛନ୍ତି ।

ତେବେ ଏନକାଉଣ୍ଟରର ଶିକାର ହୋଇଥିବା ଦୁଇ ଅପରାଧୀ ହେଉଛନ୍ତି ସୋର ଅଞ୍ଚଳର ପ୍ରହ୍ଲାଦ ଦାସ , ଓ ନୀଳଗିରି ଅଂଚଳର ସୁଶାନ୍ତ ମଲ୍ଲିକ ।  ସେହିପରି ଗିରଫ 4 ଜଣ ହେଲେ , ବାଲେଶ୍ୱର ର ପପୁ ମଲ୍ଲିକ , ସଂକୁରୁ , ଆଶିଷ ମଲ୍ଲିକ , ବିହାର ର ଆଲୋକ କୁମାର । ନଭେମ୍ବର ୨୬ ତାରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଚରମ୍ପା , ଲଷ୍ମୀନାରାୟଣ ମନ୍ଦିର ନିକଟରେ ଥିବା ଏଟିଏମରେ ଟଙ୍କା ଭର୍ତ୍ତି କରାଯାଉଥିବା ବେଳେ ବେଳେ 28 ଲକ୍ଷ ଟଙ୍କା ଲୁଟ ହୋଇଥିଲା । ତେବେ ଲୁଟରେ ସମ୍ପୃକ୍ତ ଥିବା 6 ଅପରାଧୀଙ୍କ ମଧ୍ୟ ରୁ ଦୁଇ ଜଣ ଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ 4 ଜଣ ଅପରାଧୀ ଙ୍କୁ ପୋଲିସ ଗିରଫ କରିଛି ।

ସେମାନଙ୍କ ନିକଟ ରୁ 3 ବାଇକ , 3 ବନ୍ଧୁକ , ଦୁଇ ଖଣ୍ଡା , 4 ମ୍ୟାଗଜିନ , 15 ଜୀବନ୍ତ ଗୁଳି , ଖଣ୍ଡା ଓ 4.50 ଲକ୍ଷ ଟଙ୍କା ଜବତ ହୋଇଛି । ଏହି ଗ୍ୟାଙ୍ଗ ବହୁ ଲୁଟ ରେ ଜଡିତ ଥିବା ସୂଚନା ମିଳିଛି ଓ ଗ୍ୟାଙ୍ଗ ସହ ବିହାର ଲିଙ୍କ ର ସୂଚନା ମିଳିଛି । ଏନକାଉଣ୍ଟର ହୋଇଥିବା ଦୁଇ ଅପରାଧୀ ଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଏମାନେ ମଧ୍ଯ ଆରଡିଛକ ମେଡ଼ିସିନ ଷ୍ଟୋର ଲୁଟ ରେ ସାମିଲ ଥିଲେ । ଭଦ୍ରକ ଜିଲ୍ଲା ରେ 7 ଟି କେଶ , ସୋର ଥାନା ରେ 15 କେଶ , ସିମୁଳିଆ ରେ 3 ଓ କେଉଁଝର ରେ 4 କେଶ ରେ ସାମିଲ ଥିଲେ ।

Leave a Reply