ହାରିଗଲେ ହରିଭାଇ

ଓଡିଶା ସଂଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ।

 

କ୍ୟାନ୍‌ସର ସହ ଲଢ଼ି ଲଢ଼ି ଶେଷରେ ହାରିଯାଇଛନ୍ତି ଓଡ଼ିଶାର ପ୍ରସିଦ୍ଧ ତାବଲାବାଦକ ତଥା ସଂଗୀତ ନିର୍ଦ୍ଦେଶକ ଗୁରୁ ଶ୍ରୀ ରାଧାକାନ୍ତ ନନ୍ଦ । ସେ ହରି ଭାଇ ନାଁରେ ସାରା ଓଡ଼ିଶାରେ ସୁପରିଚିତ ଥିଲେ । ଦୀର୍ଘଦିନ ଧରି କର୍କଟ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ ଆଉ ଆଜି ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ପରଲୋକ ଘଟିଛି ।

ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ତାଙ୍କ ପରଲୋକରେ  ସାରା ଓଡିଶାର ସଂଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।ତାଙ୍କ ବିୟୋଗରେ ବହୁ ବିଶିଷ୍ଚ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି  ।

Leave a Reply