ବ୍ରହ୍ମପୁର ସହରରେ ବଢୁଛି ମଶାଙ୍କ ପ୍ରାଦୁର୍ଭାବ
ବ୍ରହ୍ମପୁର : ବ୍ରହ୍ମପୁରବାସୀଙ୍କ ହଜିଗଲାଣି ନିଦ । ମଶାଙ୍କ ପାଇଁ ସମସ୍ୟାରେ ଜୀବନ । ବାହାରେ ତ ଦୂରର କଥା ଘର ଭିତରେ ବି ରହିବା ହୋଇ ପଡିଛି ମୁଶକିଲ । ମଶାରି ଟାଙ୍ଗିଲେ ମଧ୍ୟ ମଶାଙ୍କ ଠାରୁ ମୁକ୍ତି ମିଳୁନି । ସହରରେ ଦିନକୁ ଦିନ ମଶାଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ହେଲେ ମହାନଗର ନିଗମ ଅଧିକାରୀ ମାନେ ନିରଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ମହାନଗର ନିଗମରେ ଏକ ବଡ଼ ଟିଫା ମେସିନ୍ ଅଛି। କିନ୍ତୁ ବିଭିନ୍ନ ବାହାନରେ ତାକୁ ବ୍ୟବହାର କରାଯାଉ ନାହିଁ। ସେହିଭଳି ହାତ ମେସିନ୍ ମଧ୍ଯ କିଣାଯାଇଛି । ହେଲେ ସେଗୁଡିକର ବ୍ୟବହାର ହେଉନାହିଁ । ଫଳରେ ମଶା ବଂଶ ବୃଦ୍ଧି ପାଉଛି। ସହରବାସୀ ମାଲେରିଆ ଏବଂ ଡେଙ୍ଗୁ ଆକ୍ରାନ୍ତ ହେବା ଆଶଙ୍କାରେ ଦିନ କାଟୁଛନ୍ତି।
ବ୍ରହ୍ମପୁର ସହର ପାଇଁ ଏକ ଟିଫା ମେସିନ୍ ୨୦୧୯ରେ କିଣାଯାଇଥିଲା। କିଛିଦିନ ଏହି ଟିଫା ମେସିନ୍ ସହରସାରା ବୁଲୁଥିଲା । କିନ୍ତୁ ଏଥିରେ ବ୍ୟବହାର ହେଉ ଥିେବା ସ୍ଵତନ୍ତ୍ର ତେଲ ନାହିଁ । ସହର ରେ ୪୨ଟି ୱାର୍ଡ ପାଇଁ ଗୋଟିଏ ମେସିନ୍ ନିଅଣ୍ଟ ହେଉଛି। ଏଡାଛଡ଼ା ୪୦ଟି ଛୋଟଛୋଟ ହ୍ୟାଣ୍ଡ ପମ୍ପିଙ୍ଗ ମିସିନ୍ ମଧ୍ୟ କିଣା ଯାଇଛି । ହେଲେ ସେଗୁଡ଼ିକ ଏବେ କେଉଁଠି ତାର କୌଣସି ଖବର ନାହିଁ। ଦିନକୁ ଦିନ ମଶାଙ୍କ ସାନ୍ଦ୍ରତା ବଢ଼ିବାରେ ଲାଗିଛି। କେବଳ ଏତିକି ନୁହଁ, ନାଳ ନର୍ଦ୍ଦମା ଗୁଡ଼ିକ ମଧ୍ୟ ନିୟମିତ ସଫା କରାଯାଉନଥିବା ଅଭିଯୋଗ ହୋଇଛି । ଯାହା ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି। ମହାନଗର ନିଗମର ଏଭଳି ଅପରାଗତା ଯୋଗୁ ସହରବାସୀ ନାହିଁ ନଥୁବା ଅସୁବିଧା ଭୋଗୁଛନ୍ତି।