ଫ୍ଲାଏ ଓଭର ଉପରୁ ଟଙ୍କା ବର୍ଷା କଲେ ଅଜଣା ବ୍ୟକ୍ତି, ଟଙ୍କା ଧରିବାକୁ ଟ୍ରାଫିକ୍ ଜାମ୍

ବେଙ୍ଗାଲୁରୁ: ଆକାଶରୁ ଖସୁଛି ଟଙ୍କା । ଟଙ୍କାକୁ ଧରିବାକୁ ଟ୍ରାଫିକ୍ ଜାମ୍ । ରାସ୍ତା ଉପରେ ଗାଡ଼ି ରଖି ଟଙ୍କା ଗୋଟାଇବାରେ ବ୍ୟସ୍ତ ଯାତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବେଙ୍ଗଲୁରୁ ଶୀର୍ଷା ସର୍କଲରେ । ଆର.କେ ମାର୍କେଟ ନିକଟରେ ଥିବା ଫ୍ଲାଏ ଓଭର ଉପରୁ କେହି ଜଣେ ବ୍ୟକ୍ତି ତଳକୁ ବିଡା ବିଡା ଟଙ୍କା ଫୋପାଡୁଥିବା ଦେଖିବାକୁ ମିଳିଥିଲା ।

ଏହି ଟଙ୍କା ଆକାଶରେ ଉଡ଼ି ଉଡ଼ି ତଳେ ପଡୁଥିବାରୁ ଲୋକେ ତାକୁ ଗୋଟାଇବାରେ ଲାଗିଥିଲେ । ସଂପୃକ୍ତ ବ୍ୟକ୍ତି ଜଣଙ୍କ କୋର୍ଟ, ପ୍ୟାଣ୍ଟ ପିନ୍ଧିଥିବା ବେଳେ, ବେଗରେ ଗୋଟିଏ କାନ୍ଥଘଣ୍ଟା ପକାଇଥିଲେ । ସେ କିଏ ଓ କାହିଁକି ଏଭଳି ଟଙ୍କା ବାଣ୍ଟୁଛନ୍ତି ତାହା ଜଣାପଡ଼ିନାହିଁ । ଟ୍ରାଫିକ ପୋଲିସ ତାଙ୍କୁ କଏଦ ରଖି ଅଧିକ ତଦନ୍ତ ଚଳାଇଛି ।