ପାଟୀଦାରଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇକୁ ୧୯୭ ରନର ଟାର୍ଗେଟ ଦେଲା ବେଙ୍ଗାଲୁରୁ

ଚେନ୍ନାଇ: ଆଜି ଆଇପିଏଲରେ ଦୁଇ ଅନ୍ୟତମ ଶକ୍ତିଶାଳୀ ଟିମ ବେଙ୍ଗାଲୁରୁ ଓ ଚେନ୍ନାଇ ମଧ୍ୟରେ କଡ଼ା ମୁକାବିଲା ଚାଲିଛି । ପ୍ରଥମେ ବ୍ୟାଟିଂ କରି ଆରସିବି ଅଧିନାୟକ ରଜତ ପାଟୀଦାରଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୭ ଓ୍ବିକେଟ ହରାଇ ୧୯୬ ରନ୍ ସଂଗ୍ରହ କରିଛି । ଅନ୍ୟମାନଙ୍କ ମଧ୍ୟରେ ଫିଲିପ ସଲ୍ଟ ୩୨, ବିରାଟ କୋହଲି ୩୧ ରନ୍ ସଂଗ୍ରହ କରିଥିଲା । ଟିମ୍ ଡେଭିଡ ୮ଟି ବଲରୁ ୨୨ ରନ୍ ସଂଗ୍ରହ କରିଥିବା ବେଳେ ଦେବତତ୍ତ ପାଡିକଲ ୧୪ଟି ବଲରୁ ୨୭ ରନ୍ ସଂଗ୍ରହ କରିଥିଲେ । ଦଳର ପ୍ରାରମ୍ଭିକ ବ୍ୟାଟିଂ ଭଲ ରହିବା ଫଳରେ ଦଳ ଏକ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ଅନ୍ୟପକ୍ଷରେ ଚେନ୍ନାଇ ପକ୍ଷରୁ ନୁର ଅହମଦ ସର୍ବାଧିକ ୩ଟି ଓ୍ବିକେଟ ହାସଲ କରିଥିବା ବେଳେ ମାଥିଶା ପାଥିରଣା ୨ଟି, ଖଲିଲ ଅହମଦ ୨ଟି ଓ ରବିଚନ୍ଦ୍ରନ ଅଶ୍ବିନ ୧ଟି ଓ୍ବିକେଟ ଅକ୍ତିଆର କରିଥିଲେ ।